www.samajalive.in
Monday, December 8, 2025
14.1 C
Bhubaneswar

ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଆଠଗଡ : ରାଜ୍ୟ ସରକାରଙ୍କ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଆଠଗଡ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ଶତାଧିକ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ଆୟୋଜିତ ପ୍ରତିବାଦ ସଭାରେ ଶ୍ରୀ ରାୟଙ୍କ ସମେତ ଅନ୍ୟ କେତେକ ନେତା ଉଦ୍‌ବୋଧନ ଦେଇ ରାଜ୍ୟସରକାରଙ୍କର ଏପରି ଅମାନବୀୟ ଓ ଗରିବମାରଣ ନୀତିରେ ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟବାସୀ ଏହି କୋଭିଡ-୧୯ ବୈଶ୍ୱିକ ମହାମାରୀରେ ଯୁଝି ହେଉଥିବାବେଳେ ବହୁ ଲୋକ ଜୀବିକା ହରାଇ ଦୁର୍ନୀତିରେ କାଳାତିପାତ କରୁଥିବାବେଳେ ରାଜ୍ୟର ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ସରକାର ଏହି ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବା ଦୁର୍ଦ୍ଦିନରେ ଥିବା ଜନସାଧାରଣଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ହୋଇଛି। ଦେଶର ଦିଲ୍ଲୀ ଭଳି ଅନେକ ରାଜ୍ୟରେ ବିଦ୍ୟୁତ ଶୁଳ୍କ ଯଥେଷ୍ଟ କମ ହୋଇଥିବାବେଳେ ଓଡିଶା ଭଳି ଏକ ଗରିବ ରାଜ୍ୟରେ ଅନ୍ୟ ରାଜ୍ୟ ସହ ତୁଳନା ବହୁ ଅଧିକ ହେବା ଦୁଃଖ ଓ ପରିତାପର ବିଷୟ। ରାଜ୍ୟ ସରକାର ନିଜ ଅପାରଗତା ଯୋଗୁଁ ସେସୁ ଭଳି ଲାଭଦାୟକ ବିଦ୍ୟୁତ ବଣ୍ଟନ ସଂସ୍ଥାକୁ ଟାଟାପାୱାରକୁ ସାଗମାଛ ଦରରେ ବିକ୍ରି କରିଦେଇଛନ୍ତି। ସରକାର ଓଡିଶା ବିଦ୍ୟୁତ୍‍ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟ ବୋଲି ଡିଣ୍ଡିମ ପିଟୁଥିବାବେଳେ ଗରିବଙ୍କୁ ଓ ମଧ୍ୟବିତ୍ତଙ୍କୁ ବାଧିବା ପରି ବିଦ୍ୟୁତ୍‍ ଶୁଳ୍କ ବଢାଇ ଚାଲିଛନ୍ତି। ଏହା ରାଜ୍ୟର ବିଜେଡି ସରକାରର ଗରିବମାରଣ ନୀତିର ଜ୍ୱଳନ୍ତ ଉଦାହରଣ ବୋଲି କହିବା ସହ ତୀବ୍ର ସମାଲୋଚନା କରିଥିଲେ। ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଚାପ ପକାଇବା ଲାଗି ବିଜେପି, ଆଠଗଡ ଶାଖା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ବିଜେପି ନେତା ଜଗଦାନନ୍ଦ ତ୍ରିପାଠୀ, ଶଙ୍କର୍ଷଣ ମହାନ୍ତି, ବିକ୍ରମ କେଶରୀ ଦାଶ, ନିର୍ମଳ କୁମାର ପତ୍ରୀ, ନୂତନ କୁମାର ରାଉତ, ପ୍ରକାଶ କୁମାର ସେଠୀ, ସନ୍ତୋଷ ରାଉତ, ଲଳିତ ରଞ୍ଜନ ସାହୁ, ପ୍ରଦୀପ ମହାପାତ୍ର, ରମାକାନ୍ତ ସେନାପତି, ଚିନ୍ମୟ ମଲ୍ଲିକ, ବିଚିତ୍ରାନନ୍ଦ ଜେନା, ଦେବରାଜ ସ୍ୱାଇଁ, ଜଗଦୀଶ କବି, ପିତବାସ ନାଏକ, ସସ୍ମିତା ନାଏକ, ସୌଭାଗ୍ୟ ରଞ୍ଜନ ମହାନ୍ତି, ପରେଶ ରଞ୍ଜନ ସାହୁ ଓ ହିମାଂଶୁ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories