www.samajalive.in
Wednesday, December 10, 2025
23.1 C
Bhubaneswar

୨୫ ଲକ୍ଷ ଟଙ୍କାର କଫ ସିରପ ଜବତ, ୪ ଗିରଫ

ବରଗଡ଼ : ଜାଲ୍‌ ଜିଏସ୍‌ଟି ବିଲ୍‌ରେ ମଧ୍ୟପ୍ରଦେଶର ଗ୍ବାଲିୟରରୁ ଆସୁଥିବା ୨୫ ଲକ୍ଷ ଟଙ୍କାର କଫ ସିରପ୍‌ ଜବତ କରିଛି ସୋହେଲା ପୁଲିସ। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ଫେରାର ହୋଇଯାଇଛି। ଏନେଇ ଆଜି ଏସ୍‌ପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବଲାଙ୍ଗିର ଜିଲାର ଶ୍ରୀନାରାୟଣ ଏଣ୍ଟରପ୍ରାଇଜେସ ମେଡ଼ିସିନ ଦୋକାନର ମାଲିକ ସଂଗ୍ରାମ ସାହୁ ଜାଲ୍‌ ଜିଏସ୍‌ଟି ଏବଂ ଜାଲ୍‌ ଚାଲାଣ ଜରିଆରେ ମଧ୍ୟପ୍ରଦେଶର ଗ୍ୱାଲିୟରରୁ ସଇଁତଲାର ପ୍ରିୟା ମେଡ଼ିକାଲ ଷ୍ଟୋର ନାଁରେ ୧୩,୨୦୦ ବୋତଲ କଫସିରଫ ସେଫ ଏକ୍ସପ୍ରେସ କୋରିୟର ମାଧ୍ୟମରେ ମଗାଇଥିଲେ । ଏକ ପିକ୍‌ଅପ ଭ୍ୟାନରେ ଏସବୁ ଆସୁଥିବା ବେଳେ ସୋହେଲା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ହଲଦୀପାଲି ଛକ ନିକଟରେ ଗାଡିକୁ ଅଟକାଇଥିଲା। ଯାଞ୍ଚ ସମୟରେ ଗାଡି ଭିତରେ ଜାଲ୍‌ ଜିଏସ୍‌ଟି ବିଲ୍‌, ୨୦ଲିଟର ଅପମିଶ୍ରିତ ସିରଫ ଥିବା ଜାରକିନ ସହ ୧୩,୨୦୦ ବୋତଲ କଫସିରପ ଥିବା ଜଣାପଡିଥିଲା। ତେଣୁ ଏସବୁ ସାମଗ୍ରୀ ସହ ପିକ୍‌ଅପ୍‌କୁ ପୁଲିସ ଜବତ କରିଥିଲା । ଜବତ କଫସିରପର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ପି ଜଣାଇଛନ୍ତି। ଗାଡିରେ ଥିବା ସମ୍ବଲପୁର ଜିଲା ତାଲପଦରର ଗୁରୁ ମିର୍ଦ୍ଧା, ଶାସନର ଆକାଶ କୁମ୍ଭାର ଓ ଦେହେରିପାଲିର ଆଲୋକ ମହାରଣା ଏବଂ ବଲାଙ୍ଗିର ଜିଲାର ଶଙ୍କର ଦେବ ଓରଫ ଦୀପକ ସେଠଙ୍କୁ ପୁଲିସ ଗିରଫ କରିଥିଲା। ତେବେ ଘଟଣାର ମୁଖ୍ୟ ଆସାମୀ ତଥା ଶ୍ରୀ ନାରାୟଣ ଏଣ୍ଟରପ୍ରାଇଜେସର ମାଲିକ ଶ୍ରୀ ସାହୁ ଫେରାର ହୋଇଯାଇଥିବା ଏସ୍‌ପି ସୂଚନାଦେବା ସହ ସେଫ ଏକ୍ସପ୍ରେସ କୋରିଅର ସଂସ୍ଥାର କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ତଦନ୍ତ ଜାରି ରହିଛି ବୋଲି କହିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ବରଗଡ଼ରୁ ବଲାଙ୍ଗିରକୁ କଫସିରପ ଚାଲାଣ ହେଉଥିବା ବେଳେ ଗୋରୁମାର୍କେଟ ଠାରେ ଟାଉନପୁଲିସ ଚଢ଼ଉକରି କଫ ସିରପ ଜବତ କରିବାସହ ଚାଲାଣକାରୀକୁ ଗିରଫ କରିଥିଲା। ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରୁ ବରଗଡ଼ ଦେଇ ସମ୍ବଲପୁର ଓ ବଲାଙ୍ଗିରକୁ କଫସିରପ ଚାଲାଣ ହେଉଥିବା ଉପରୋକ୍ତ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ତେବେ ବରଗଡ଼ ପୁଲିସ ଅନେକ ସମୟରେ ଚାଲାଣ ହେଉଥିବା କଫସିରପ ଜବତ କରୁଥିଲେ ମଧ୍ୟ ଏହାର ମାଷ୍ଟରମାଇଣ୍ଡଙ୍କୁ ଧରିବାରେ ଅଦ୍ୟାବଧି ବିଶେଷ ସଫଳତା ପାଇପାରି ନାହିଁ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories