www.samajalive.in
Friday, December 5, 2025
20.1 C
Bhubaneswar

ବିଜେଡ଼ି ବିରୋଧରେ ବିଜେପିର ଅଭିଯୋଗ

ଫୁଲବାଣୀ : ବିଜେଡ଼ି ବିରୋଧରେ ଏକ ଅଭିଯୋଗ କରି ଆଜି କନ୍ଧମାଳ ବିଜେପି ପକ୍ଷରୁ ଏକ ଅଭିଯୋଗ ପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଉକ୍ତ ଦାବିପତ୍ର ଗ୍ରହଣ କରିଛନ୍ତି। ବିଜେପିର ଅଭିଯୋଗ ପ୍ରକାରେ , ଫୁଲବାଣୀ ପୌରାଞ୍ଚଳରେ ଉଷାସର୍ଭେ ପରେ ବହୁ ବର୍ଷ ଧରି ସରକାରୀ ଜମିରେ ରହି ଆସୁଥିବା ଲୋକଙ୍କୁ ପଟ୍ଟା ବଂଟନ ବେଳେ ବିଜେଡ଼ି ଦଳର ପୂର୍ବତନ କାଉନସିଲର ଓ ନେତମାନେ ଉପସ୍ଥିତ ହୋଇ ପଟ୍ଟା ବଂଟନ କରିଛନ୍ତି। ତାହା ସଂପୂର୍ଣ୍ଣଭାବେ ଆଇନ ବିରୋଧି , ଗଣତନ୍ତ୍ର ବିରୋଧି ଓ ନିର୍ବାହୀ ଅଧିକାରୀଙ୍କ ଦଳିୟ ମନୋଭାବକୁ ପ୍ରତିବିମ୍ବିତ କରିଛି ବୋଲି ବିଜେପି ଅଭିଯୋଗ କରିଛି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯିବା ସହିତ ଗତ ଦିନରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଦିଆଯାଉଥିବା ଫ୍ର-ରେସନ୍ ପାଇଁ ବିଜେଡ଼ି ଦଳର ପୂର୍ବତନ କାଉନସିଲର ନିଜ ଘରେ ରେସନକାର୍ଡ଼ ବାଣ୍ଟନ କରାଯାଉଥିବା ସଂପର୍କରେ ମଧ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ପୁଣି ଥରେ ଏଭଳି ପରିସ୍ଥିତି ଉପୁଜିଥିବା ମଧ୍ୟ ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ସେହିଭଳି ପୌର ପରିଷଦରେ ନିର୍ମାଣ କାର୍ଯ୍ୟଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ଓ ଏହି କାର୍ଯ୍ୟଗୁଡ଼ିକ ଡ଼ିପାର୍ଟମେଣ୍ଟାକ୍ ସ୍ୱାର୍ଡ଼ ଭାବରେ କାଗଜପତ୍ରରେ ଦର୍ଶାଯାଇ ବିଜେଡ଼ି ଦଳର କର୍ମୀମାନେ କାର୍ଯ୍ୟକରୁଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏଭଳି ସ୍ଥଳେ ତୁରନ୍ତ ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ , ଯୋଗାଣ ନିରୀକ୍ଷକ ଓ ଯନ୍ତ୍ରୀ ମାନଙ୍କୁ ତୁରନ୍ତ ବଦଳି କରିବା ପାଇଁ ଭାରତୀୟ ଜନତା ପାର୍ଟି ଦାବି କରୁଛି ବୋଲି ଉଲ୍ଲେଖ କରାଯାଇଛି। ପୂର୍ବତନ ଜିଲା ସଭାପତି ଲିଙ୍ଗରାଜ ଦଳବେହେରାଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତା ଭଗବାନ ମହାନ୍ତି , ସୁଧାଂଶୁ ଗୁରୁ , ତପନ ପାଢୀ ,ରମେଶ କୁମାର ମହାନ୍ତି , ଅଜିତ୍ କୁମାର ପଟନାୟକ , ସୁଶାନ୍ତ କୁମାର ମହାନ୍ତି , ଚନ୍ଦ୍ର ଶେଖର ପଣ୍ଡା , ପରେଶ ମହାପାତ୍ର ଓ   ଅନ୍ୟମାନେ ସାମିଳ୍ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ ରାଜ୍ୟପାଳ , ସାଧାରଣ ଯୋଗାଣ ବିଗାଗ ସଚିବ , ନଗର  ଉନ୍ନୟନ ବିଭାଗ ସଚିବଙ୍କୁ ମଧ୍ୟ ପ୍ରେରଣ କରାଯାଇଥିବାର ଉଲ୍ଲେଖ ରହିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories