www.samajalive.in
Sunday, December 7, 2025
23.1 C
Bhubaneswar

କଟକରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ୱର: ତିର୍ତୋଲ ଅଂଚଳର ଜୈନିକା ନାବାଳିକାକୁ କଟକର ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ ୨୨ ଦିନ କାଳ ବନ୍ଦୀ କରି ରଖି ଗଣଦୁଷ୍କର୍ମ କରିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ। ପୂର୍ବତନ ମନ୍ତ୍ରୀ  ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ଉଦ୍ଦେଶ୍ୟରେ ରେଜିଷ୍ଟ୍ରାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ର କରିଥିବା ଆବେଦନରେ ଘଟଣା ସଂପର୍କରେ ସବିଶେଷ ବିବରଣୀ ଅର୍ଥାତ୍‍ କେଉଁ ପରିସ୍ଥିତିରେ କ’ଣ ପାଇଁ ଏଭଳି ଘଟଣା ଘଟିଲା ଗୃହ ସଚିବ ପୋଲିସ ଡିଜିଙ୍କୁ ଜବାବ ମାଗିବା ପାଇଁ ଉଲ୍ଲେଖ କରିବା ସହିତ ତୁରନ୍ତ ପୀଡିତା ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ସାମାଜିକ ସୁରକ୍ଷାରେ ପରିବାରକୁ ସାମିଲ କରିବା ସହିତ ପୀଡିତା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ତା’ର ସମସ୍ତ ଭରଣପୋଷଣ ଖର୍ଚ୍ଚ ଓ ମାଗଣା ଶିକ୍ଷା ଯୋଗାଇ ଦେବାକୁ ପିଟିସନ୍‍ରେ ଉଲ୍ଲେଖ କରାଯାଇଅଛି।
ଏହି ପ୍ରତିନିଧି ଦଳରେ  ରଶ୍ମି ମହାପାତ୍ର, ଜିନେଶ ଦାସ ଓ ବିନ୍ଦୁଜା ଉପାଧ୍ୟାୟ ସାମିଲ ହୋଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories