www.samajalive.in
Sunday, December 7, 2025
26.1 C
Bhubaneswar

ଜଣେ ଭଲ ବନ୍ଧୁ ଏକ ପୁସ୍ତକାଳୟ ପରି ହୋଇଥାଏ : ଡକ୍ଟର ଏପିଜେ ଅବଦୁଲ କଲାମ

ଆଜି ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ । ସେ ନିଜ ଜୀବନକାଳରେ କିଛି ପ୍ରେରଣାଦାୟୀ ବାଣୀ କହିଥିଲେ। ତାଙ୍କର ଆଦର୍ଶ ଓ ପ୍ରେରଣାଦାୟୀ ବାଣୀ ଆମେ ମାନି ଆଗକୁ ବଢିବା ଉଚିତ। କାରଣ ଏହା ମାନିବା ଦ୍ବାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଭବିଷ୍ୟତ ଉଜ୍ବଳମୟ ହେବ। ଆସନ୍ତୁ ଜାଣିବା ତାଙ୍କର ପ୍ରେରଣାଦାୟୀ ବାଣୀ ବିଷୟରେ ..

ଭଗବାନ ଆମର ନିର୍ମାତା ଅଟନ୍ତି। ସେ ଆମର ମନ, ମସ୍ତିଷ୍କ ଓ ବ୍ୟକ୍ତିତ୍ବକୁ ଅନେକ ପ୍ରକାର ଶକ୍ତି ଓ ଯୋଗ୍ୟତା ଦେଇଛନ୍ତି। ପ୍ରାର୍ଥନା କରିବା ଦ୍ବାରା ଆମର ଶକ୍ତି ବଢି ଥାଏ। ତେଣୁ ସର୍ବଦା ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ।

- Advertisement -

ଗୋଟିଏ ଭଲ ବହି ଆମର ଶହେ ବନ୍ଧୁଙ୍କ ସହ ସମାନ ହୋଇଥାଏ। କିନ୍ତୁ ଜଣେ ଭଲ ବନ୍ଧୁ ଏକ ପୁସ୍ତକାଳୟ ପରି ହୋଇଥାଏ। ତେଣୁ ପ୍ରତ୍ୟେକଙ୍କ ଜୀବନରେ ଜଣେ ଭଲ ବନ୍ଧୁ ରହିବା ଆବଶ୍ୟକ।
ନିଜ ମିଶନରେ ସଫଳ ହେବାକୁ ହେଲେ ଆମକୁ ନିଜର ଲକ୍ଷ୍ୟ ଓ ଏକାଗ୍ରଚିତ୍ତ ହୋଇ କାମ କରିବା ଆବଶ୍ୟକ। ଏହାଦ୍ବାରା ସଫଳତା ନିଶ୍ଚୟ ମିଳିବ।

ଉଚ୍ଚତାରେ ପହଞ୍ଚିବାକୁ ହେଲେ ଶକ୍ତି ଅର୍ଥାତ ଯୋଗ୍ୟତା ଥିବା ଆବଶ୍ୟକ। ସେହି ଉଚ୍ଚତା ଏଭରେଷ୍ଟ ଚଢିବା ହେଉ କି ଆପଣଙ୍କ କ୍ୟାରିଅର ହେଉ।

ଧର୍ମ ସ୍ଥାପନା ପାଇଁ କାହାକୁ ମାରିବା କୌଣସି ଧର୍ମଗ୍ରନ୍ଥରେ ଲେଖା ହୋଇ ନାହିଁ।

କଷ୍ଟ ଜୀବନର ଏକ ଅଂଶ ଅଟେ। ସେହି କାରଣରୁ ଜୀବନ ସରି ଯାଇ ନଥାଏ। କିନ୍ତୁ ନିଜେ ସେହି କଷ୍ଟରୁ ବାହାରିବା ପାଇଁ ଚେଷ୍ଟା କରିବା ଉଚିତ। ଏହାଦ୍ବାରା ନିଜର ଶକ୍ତି ଓ ସାହାସ ଜାଣି ହୁଏ। କଷ୍ଟକୁ ମଧ୍ୟ ଜାଣିବାକୁ ଦିଅନ୍ତୁ ଯେ, ଆପଣ ତାକୁ କେତେ ଅସୁବିଧାରେ ପକାଇ ପାରନ୍ତି।
କେବେ ବି ଆଶା ଛାଡିବା ଉଚିତ ନୁହେଁ। ଏବଂ ନିଜକୁ ହାରିବାକୁ ଦେବା ମଧ୍ୟ ଉଚିତ ନୁହେଁ
କାହାର ସ୍ବପ୍ନ ପୂରଣ କରିବାକୁ ଇଚ୍ଛା ଥିଲେ ନିଜେ ପ୍ରଥମେ ସ୍ବପ୍ନ ଦେଖିବା ଉଚିତ।

ପ୍ରତ୍ୟେକ ମନୁଷ୍ୟ ଜୀବନରେ ଅସୁବିଧା ଆସିବା ଦରକାର। କାରଣ ସେହି ଅସୁବିଧା ସଫଳତାର ସୁଖ ଦେଇଥାଏ।
ଇଂରାଜୀ ଶିକ୍ଷାର ଅତ୍ୟନ୍ତ ଆବଶ୍ୟକ ରହିଛି। ବର୍ତ୍ତମାନ ସମୟରେ ବିଜ୍ଞାନ ସମ୍ବନ୍ଧିତ କିଛି ତଥ୍ୟ ଜାଣିବାକୁ ହେଲେ ଇଂରାଜୀ ଜାଣିବା ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ତାଙ୍କୁ ବିଶ୍ବାସ ଥିଲା ଯେ, କିଛି ଦିନ ପରେ ଆମ ଭାଷାରେ ବିଜ୍ଞାନକୁ ବୁଝିବା ପରି ଭାଷା ମଧ୍ୟ ସାମିଳ ହୋଇଯିବ। ସେହି ସମୟରେ ଆମେ ମଧ୍ୟ ଜାପାନ ଅଧିବାସୀଙ୍କ ପରି ଉନ୍ନତି କରି ପାରିବା।

 

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories