www.samajalive.in
Wednesday, December 10, 2025
17.1 C
Bhubaneswar

ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟଙ୍କ ଅଭିଯୋଗ, ବାଂଲାଦେଶରୁ ସୁଟର ଆଣି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଛନ୍ତି ମମତା

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କୈଳାଶ ବିଜୟବର୍ଗୀୟ କହିଛନ୍ତି ଯେ ବାଂଲାଦେଶରୁ ସାର୍ପ ସୁଟର ଆଣି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ ଏଗୁଡ଼ିକ କେବଳ ଅଭିଯୋଗ ନୁହେଁ ବରଂ ତାଙ୍କ ନିକଟରେ ଏହାର ପ୍ରମାଣ ଅଛି ବୋଲି ଦାବି କରିଛନ୍ତି ବିଜୟବର୍ଗୀୟ । ସେ କହିଛନ୍ତି ଯଦି ଏହି ଘଟଣାର ସିବିଆଇ ତଦନ୍ତ କରାଯାଏ ତେବେ ସେ ସମସ୍ତ ପ୍ରମାଣ ଦେବେ ।

ବିଜୟବର୍ଗୀୟ କହିଛନ୍ତି ଯେ ମମତା ବାନାର୍ଜୀ ତାଙ୍କ ବିରୋଧୀଙ୍କୁ ନିପାତ କରିବାକୁ ଚେଷ୍ଟା କରୁଛନ୍ତି । ଏଣୁ ସେ ବାଂଲାଦେଶରୁ ସାର୍ପ ସୁଟର ଆଣି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରୁଛନ୍ତି । ଏଥି ସହିତ ସେ କହିଛନ୍ତି ଯେ କୋଭିଡ-୧୯ ସମୟରେ କେନ୍ଦ୍ରର ମୋଦୀ ସରକାର ଦେଇଥିବା ରାସନ ସାମଗ୍ରୀକୁ ମମତା ସରକାର ଖାଇଦେଲେ । ଯାହା ଫଳରେ ଲୋକଙ୍କ ମନରେ ଏକ ଟିଏମସି ସରକାର ପ୍ରତି ଘୃଣା ଭାବ ଜାତ ହୋଇଛି । ବର୍ତ୍ତମାନ ଟିଏମସିର ଲୋକମାନେ ଟିଏମସି ନେତାଙ୍କୁ ମାରୁଛନ୍ତି। ବମ୍ ଫୋପାଡୁଛନ୍ତି । କେବଳ ସେତିକି ନୁହେଁ ଅକ୍ଟୋବର ୮ ବିଜେପିର ଯୁବମୋର୍ଚା ପକ୍ଷରୁ ପଶ୍ଚିମବଙ୍ଗରେ କରାଯାଇଥିବା ପଦର୍ଶନ ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ମମତା ସରକାର ରସାୟନ ଯୁକ୍ତ ପାଣି ଫୋପାଡିଛନ୍ତି। ଯାହା ଫଳରେ ବହୁ କାର୍ଯ୍ୟକର୍ତ୍ତା ବେହୋସ ହୋଇଯାଇଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories