www.samajalive.in
Sunday, December 7, 2025
14.1 C
Bhubaneswar

ମୁମ୍ବଇର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ , ଆଜି ମୁମ୍ବଇ ପାଇଁ ରେର୍ଡ଼ ଆଲର୍ଟ ଜାରି

ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇ ଓ ଠାଣେ ସମେତ ବହୁ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସ୍ଥିତି ବେହାଲ ହୋଇପଡିଛି। ପ୍ରବଳ ବର୍ଷା ପାଇଁ ଆଜି ଆଇଏମଡି ଦ୍ୱାରା ମୁମ୍ବଇ ପାଇଁ ରେର୍ଡ଼ ଆଲର୍ଟ ଜାରି କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ଉତ୍ତର କୋଙ୍କଣ କ୍ଷେତ୍ର ସମେତ ମୁମ୍ବଇ ଓ ଠାଣେ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ସେହିପରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା କାରଣରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ସମସ୍ତ ଆବଶ୍ୟକ ସ୍ଥାନରେ ଏନଡ଼ିଆରଏଫ କର୍ମୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବହୁ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ପାଣି ସୁଅରେ ଅନେକ ଲୋକେ ଭାସିଯାଇଥିବା ଜଣାପଡିଛି।
ମୁମ୍ବଇର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇ ରହିଛି। ଅନେକ ଅଞ୍ଚଳରେ ରାସ୍ତାରେ ପାଣିର ସୁଅ ଚାଲୁଛି।
ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ବୁଧବାର ବର୍ଷା କାରଣରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ପ୍ରବଳ ବର୍ଷା ହୋଇଛି। ସେହିପରି ମହାରାଷ୍ଟ୍ରର ସୋଲାପୁର ଜିଲାରେ ପନ୍ଦରପୁରରେ ବର୍ଷାରେ ପାଚେରି ଭୁଶୁଡି ୬ ଜଣଙ୍କ ମୃତ୍ୟ ହୋଇଥିଲା ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories