www.samajalive.in
Monday, December 8, 2025
14.1 C
Bhubaneswar

ଓଡିଶା ସାଂସ୍କୃତିକ ସମାଜର ୫୦ ବର୍ଷ ପୂର୍ତ୍ତି : ନିରାଡମ୍ବରରେ ପାଳିତ ହେଲା ପ୍ରତିଷ୍ଠା ଦିବସ

ସମ୍ବଲପୁର : ସମ୍ବଲପୁରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓଡିଶା ସାଂସ୍କୃତିକ ସମାଜକୁ ଇତି ମଧ୍ୟରେ ୫୦ ବର୍ଷ ପୂରଣ ହୋଇଯାଇଛି। ୧୪ ଅକ୍ଟୋବର ୧୯୭୦ ମସିହାରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନର ଏକ ସ୍ୱର୍ଣ୍ଣିମ ଇତିହାସ ରହିଛି। ଅନୁଷ୍ଠାନ ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ନିରନ୍ତର ଅନେକ କାର୍ଯ୍ୟ କରାଯାଇଆସୁଛି। ତେବେ ଚଳିତ ବର୍ଷ କରୋନା ସଙ୍କଟ ଯୋଗୁଁ ଅନୁଷ୍ଠାନର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ପ୍ରତିଷ୍ଠା ଦିବସକୁ ନିରାଡମ୍ବରରେ କୋଭିଡ – ୧୯ କଟକଣା ମଧ୍ୟରେ ପାଳନ କରାଯାଇଛି। ବୁଧବାର ସନ୍ଧ୍ୟାରେ ଅନୁଷ୍ଠାନର ସଭା କକ୍ଷରେ ଆୟୋଜିତ ପ୍ରତିଷ୍ଠା ଦିବସରେ ସଦସ୍ୟମାନେ ଯୋଗ ଦେଇ ଅନୁଷ୍ଠାନ ତରଫରୁ କରାଯାଇଥିବା ସାମାଜିକ କାର୍ଯ୍ୟ ସହିତ ଆଗାମୀ ଦିନରେ ଏହାକୁ ଆହୁରୀ ଆଗକୁ ନେଇ ତ୍ରୁଣମୂଳ ସ୍ତରରେ କାର୍ଯ୍ୟ କରିବା ପାଇଁ ନିଜସ୍ୱ ମତ ପ୍ରକାଶ କରିଥିଲେ। ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ କୁମାର ହୋତା ସଭାର ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସରୋଜ ଦାଶ ସ୍ୱାଗତ ଭାଷଣ ଓ ପରିଚାଳନା କରିଥିଲେ।

ଏହି ଅବସରରେ ସଭାପତି ହୋତା ବିଗତ ଦିନରେ ଅନୁଷ୍ଠାନର ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ଯଥା ମ୍ୟୁଜିୟମ, ସୋଲାର ଶକ୍ତିର ବ୍ୟବସ୍ଥା, ଉପର ମହଲାର ନିର୍ମାଣ ଓ ଅନ୍ୟାନ୍ୟ ବିଷୟ ଉପରେ ସଦସ୍ୟ ମାନଙ୍କର ଅବଗତି ନିମନ୍ତେ ଆଲୋକପାତ କରିଥିଲେ। ଏହା ସହିତ ଅନୁଷ୍ଠାନ ତରଫରୁ ସହରର ଜଳକଷ୍ଟକୁ ଲାଘବ କରିବା ପାଇଁ ସହର ମଧ୍ୟରେ ରହିଥିବା ୨୯ଟି ଫିସରୀ ବନ୍ଧର ପୁର୍ନଉଦ୍ଧାର, ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ, ରାମସାଗର ବନ୍ଧର ପୁର୍ନଉଦ୍ଧାର, ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା, ଲକ୍ଷ୍ମୀ ଡୁଙ୍ଗୁରୀରେ ରାଜ୍ୟର ଦ୍ୱିତୀୟ ଚିଡିଆଖାନା ପ୍ରତିଷ୍ଠା, ଲାଇଟ ଓ ସାଉଣ୍ଡର ସୁବ୍ୟବସ୍ଥା ସହିତ ଭବ୍ୟ ଉଦ୍ୟାନର ନିର୍ମାଣ, ସୁବ୍ୟବସ୍ଥିତ ଡ୍ରେନେଜ ସିଷ୍ଟମ ଆଦି ପ୍ରସ୍ତାବ ସରକାର ଓ ପ୍ରଶାସନକୁ ଦିଆଯାଇଛି। ପ୍ରତି ବର୍ଷ ଅନୁଷ୍ଠାନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଗତ ମାର୍ଚ୍ଚ ମାସରୁ କରୋନା ସଙ୍କଟକୁ ଧ୍ୟାନରେ ରଖି ତାହାକୁ ସାମୟିକ ଭାବରେ ବନ୍ଦ ରଖାଯାଇଛି। ପୂର୍ବରୁ ସ୍ୱର୍ଣ୍ଣିମ ବର୍ଷ ପାଇଁ ବର୍ଷବ୍ୟାପି ଅନେକ କାର୍ଯ୍ୟକ୍ରମ କରାଯିବାକୁ ଯୋଜନା କରାଯାଇଥିବା ବେଳେ କରୋନା ସଙ୍କଟ ଯୋଗୁଁ ଏହାକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି। ତେବେ କୋଭିଡ -୧୯ ସଙ୍କଟ ଟଳିବା ପରେ ଅନୁଷ୍ଠାନର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ଧୁମଧାମରେ କରାଯିବ ବୋଲି ସଭାପତି ହୋତା କହିଛନ୍ତି।

- Advertisement -

ସଭାରେ ସମ୍ପାଦକ ସରୋଜ ଦାସ ବାର୍ଷିକ ଆୟବ୍ୟୟର ବିବରଣୀ ସହିତ କରାଯାଇଥିବା ଅନ୍ୟାନ୍ୟ କାର୍ଯ୍ୟ ସର୍ମ୍ପକରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ସହିତ ଆରମ୍ଭ ହୋଇଥିବା ଏହି ସଭାରେ ଚଳିତ ବର୍ଷ ନୂତନ ଗ୍ରହଣ କରାଯାଇଥିବା ୨୨ ଜଣ ନୂତନ ସଦସ୍ୟ ଯଥା ସଞ୍ଜୟ ବାବୁ, ଦେବେନ୍ଦ୍ର ପ୍ରଧାନ, ସୁକ୍ତାନ୍ତ କୁମାର ବହିଦାର, ସୁବାଷ ଚନ୍ଦ୍ର ମିଶ୍ର, ବିହାରୀ ଲାଲ ଗୁପ୍ତା, ରାମେଶ୍ୱର ପାଢ଼ୀ, ରତ୍ନଭୂଷଣ ପୃଷେଠ, ନିରଞ୍ଜନ ଦାସ, ଡ. ସୁଦର୍ଶନ ପୂଜାରୀ, କୃଷ୍ଣଚନ୍ଦ୍ର ବାଗ, ଡ. ରବିନାରାୟଣ ମିଶ୍ର, ଯୋଗେଶ ପ୍ରସାଦ ହୋତା, ଡା. ରାଜକୁମାର ବଡପଣ୍ଡା, ଡା. ଜୟଦେବ ମେହେର, ଡା. ବିନୋଦ ବିହାରୀ ନାୟକ, ବ୍ୟୋମେକେଶ ପଣ୍ଡା, ବେଣୁମାଧବ ପଣ୍ଡା, ବିରାଜ କୁମାର ମିଶ୍ର, ମମତା ପଣ୍ଡା, ଶ୍ୟାମ ସୁନ୍ଦର ଅଗ୍ରୱାଲ, ସୁରେଖା ସାହୁ ଓ ଆଶିଷ କୁମାର ପ୍ରଧାନ ଙ୍କୁ ସ୍ୱାଗତ କରାଯାଇଥିଲା। ଶେଷରେ ଉପ ସଭାପତି ଡ. ହରି ଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories