www.samajalive.in
Sunday, December 7, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଚିଠି: ସ୍ୱର୍ଗତ ଶରତ କରଙ୍କୁ ରାଜ୍ୟ ସରକାର ଉଚିତ୍‍ ସମ୍ମାନ ଦେଇନାହାନ୍ତି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି   ସ୍ୱର୍ଗତଃ ଶରତ କୁମାର କରଙ୍କୁ ରାଜ୍ୟ ସରକାର ଉପଯୁକ୍ତ ସମ୍ମାନ ​‌ଦେଇ ନାହାନ୍ତି ବୋଲି  ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏ ସମ୍ପର୍କରେ ପିସିସି ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । ଏହି ଚିଠିରେ ସେ କେତେକ ଗୁରୁତ୍ଵପୂଣ୍ଣ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ।

- Advertisement -

ପିସିସି ସଭାପତି କହିଛନ୍ତି ଯେ   ସ୍ୱର୍ଗତ କର ଜଣେ ବରିଷ୍ଠ ରାଜନୈତିକ ନେତା ଥିଲେ। ଏହାକୁ କେହି ଅସ୍ୱୀକାର କରିବେ ନାହିଁ। ସେ ବିଧାୟକ ଥିଲେ, ମନ୍ତ୍ରୀ ଥିଲେ, ସାଂସଦ, ଏପରିକି ବିଧାନସଭାର ବାଚସ୍ପତି ମଧ୍ୟ ଥିଲେ। ଜଣେ ସୁସାହିତ୍ୟିକ, ସୁବକ୍ତା ଓ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ। ତାଙ୍କର ଦେହତ୍ୟାଗ ପରେ ପିଲାମାନେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ସରକାରଙ୍କୁ ପ୍ରାର୍ଥନା କଲେ। ମାତ୍ର ପୂର୍ବତନ ବାଚସ୍ପତି  ଶରତବାବୁଙ୍କ ଶରୀରକୁ  ସ୍ବର୍ଗଦ୍ବାରରେ ଦାହ କରିବା ପାଇଁ ଅନୁମତି  ମିଳିଲା ନାହିଁ ।

ସେହିପରି ବହୁ ପୂର୍ବତନ ବିଧାୟକ ଓ ବିଧାୟକଙ୍କ ପରଲୋକପରେ ତାଙ୍କୁ ଅନ୍ତିମ ବିଦାୟ କାଳରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିବା ନଜିର ରହିଛି । ମାତ୍ର କ’ଣ ପାଇଁ ଶରତବାବୁଙ୍କ ଭଳି ଏପରି ଜଣେ ବିଶିଷ୍ଟ ଲୋକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସରକାରଙ୍କ ତରଫରୁ ଦିଆଗଲା ନାହିଁ ତାହା ଅବୋଧ୍ୟ । ଏହା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ମୁଁ ଜାଣେ ନାହିଁ। ଯଦି ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ନ ଜାଣିଛନ୍ତି ଦୟାକରି ଏହାର କାରଣ ବୁଝନ୍ତୁ, କାହା ସ୍ୱାର୍ଥରେ ଓ କେଉଁମାନଙ୍କ ଦାୟିତ୍ୱହୀନତା ପାଇଁ ଆଜି ଓଡିଶାରେ ଏଭଳି ଏକ ଅପମାନସୂଚକ କାର୍ଯ୍ୟ ହୋଇଛି ସେ ସଂପର୍କରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଜଣେ ସୁନାମଧନ୍ୟ ବ୍ୟକ୍ତି ଏବଂ ବିଧାନସଭାର ବାଚସ୍ପତି ଥିବା ସତ୍ୱେ ତାଙ୍କ ମରଶରୀରକୁ ବିଧାନସଭାକୁ ମଧ୍ୟ ନିଆଗଲା ନାହିଁ। ଏହା କିପରି ମନୋଭାବ? ସରକାର କିପରି କାର୍ଯ୍ୟ କରୁଛନ୍ତି ଏହାକୁ ଓଡିଶାବାସୀ ବିଚାର କରିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories