www.samajalive.in
Wednesday, December 10, 2025
16.1 C
Bhubaneswar

ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ…..ପୋଲ ନିର୍ମାଣ ୩ ମାସ ନପୁରୁଣୁ ଉଠିଲା କଂକ୍ରିଟ

ହରଭଙ୍ଗା : ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଥିବା ଗେଟାମୁଣ୍ଡା ନୂତନ ପୋଲ ନିର୍ମାଣ କାର୍ଯ୍ୟ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଗତ ୩ ମାସ ତଳେ ଶେଷ ହୋଇଛି। ମାତ୍ର ପୋଲ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନମ୍ନମାନର ଯୋଗୁଁ  ୩ ମାସ ନପୁରୁଣୁ ଛାତର ବହୁ ସ୍ଥାନରୁ କଂକ୍ରିଟ ଫାଟି ଆଁ କରିବା ସହିତ  ବଡ ଗର୍ତ ସୃଷ୍ଟି ହୋଇ ଲୁହାରଡ ଦେଖାଯାଉଛି। ଫଳରେ ପୋଲ ନିର୍ମାଣର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠିଛି।

ପ୍ରକାଶ ଯେ, ବୌଦ୍ଧ-କନ୍ଧମାଳ ସୀମାନ୍ତରେଥିବା ଗେଟାମୁଣ୍ଡା ନୂତନ ପୋଲ ନିର୍ମାଣ କାର୍ଯ୍ୟ ଏ.ଆର.ଏସ.ଏସ ନାମକ ଠିକାସଂସ୍ଥା ପକ୍ଷରୁ କରାଯାଇଛି। ମାତ୍ର ଧାର୍ଯ୍ୟ ସମୟ ମଧ୍ୟରେ ଠିକାସଂସ୍ଥା ଏହାର ନିର୍ମାଣକାର୍ଯ୍ୟ ଶେଷ କରି ନପାରିବାରୁ ବର୍ଷା ଦିନେ ବୌଦ୍ଧ-ଫୁଲବାଣୀକୁ ଯାତାୟତ ବାଧାପ୍ରାପ୍ତ ହେଉଥିଲା। ବାରମ୍ବାର ଦାବି ପରେ ଗତ କିଛି ମାସ ତଳେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ପୋଲ ଛାତରୁ ବହୁସ୍ଥାନରେ କଂକ୍ରିଟ ଫାଟି ଆଁ କରିବା ସହିତ ଲୁହାଛଡ ବାହାରି ପଥଚାରୀଙ୍କ ପାଇଁ ଦୁର୍ଘଟଣାର କାରଣ ପାଲଟିଛି। ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା କୁହାଯାଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଉଠୁଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories