ସବୁଠୁ ଲମ୍ବା ଯାତ୍ରା କରୁଥିବା ବିମାନ

0

ନ୍ୟୁୟର୍କ : ସିଙ୍ଗାପୁର ଏୟାରଲାଇନ୍ସ ଚଳିତ ବର୍ଷ ବିଶ୍ୱର ସବୁଠୁ ଦୀର୍ଘ ପଥ ଯାତ୍ରା କରୁଥିବା ଏକ ବ୍ୟବସାୟିକ ଅବିରାମ ଯାତ୍ରୀବାହୀ ବିମାନ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି। ଏହି ବିମାନ ସିଙ୍ଗାପୁରଠାରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୫,୩୨୯ କିଲୋମିଟର ପଥର ଯାତ୍ରା ୧୯ ଘଣ୍ଟାରେ ପୂରା କରିବ। ଆସନ୍ତୁ ଜାଣିବା ବିଶ୍ୱର କେତେକ ଅବିରତଗାମୀ ବିମାନ ସମ୍ପର୍କରେ।
କାତର ଏୟାରୱେଜର ‘ବୋଇଙ୍ଗ ୭୭୭’ ଅବିରାମ ବିମାନ ଦୋହାରୁ ନ୍ୟୁଜିଲାଣ୍ଡର ଅକଲାଣ୍ଡ ପର୍ଯ୍ୟନ୍ତ ୧୪,୫୩୬ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ମାତ୍ର ୧୮ ଘଣ୍ଟାରେ ପୂରା କରେ।
ସେହିପରି ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥ ସହରରୁ ୱାଲି ୟେ ବିମାନ ବାଟରେ ନଅଟକି ୧୭ ଘଣ୍ଟା ୨୦ ମିନିଟରେ ୧୪, ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ବ୍ରିଟେନର ରାଜଧାନୀ ଲଣ୍ଡନରେ ପହଞ୍ଚିଥାଏ। ଏହି ବିମାନ ବିଶ୍ୱର ସବୁଠାରୁ ଅଧିକ ଲୋକପ୍ରିୟ ବିମାନ ଭାବେ ଜଣାଶୁଣା। ଏହି ଅବିରତଗାମୀ ବିମାନ ହେଉଛି ‘ବୋଇଙ୍ଗ ୭୮୭-୯।
ସେହିପରି ନ୍ୟୁଜିଲାଣ୍ଡର ଅକଲାଣ୍ଡଠାରୁ ଦୁବାଇ ପର୍ଯ୍ୟନ୍ତ ଯାତ୍ରା କରୁଥିବା ବିମାନ ବିଶ୍ୱର ତୃତୀୟ ଅବିରତଗାମୀ ବିମାନ ଅଟେ। ଏହି ବିମାନ ୧୪,୨୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ମାତ୍ର ୧୭ ଘଣ୍ଟା ୧୫ ମିନିଟରେ ପୂରା କରେ।
ଆମେରିକାର ଲସଆଞ୍ଜେଲେସ୍‍ରୁ ସିଙ୍ଗାପୁର ପର୍ଯ୍ୟନ୍ତ ଆମେରିକାର ଦୈନିକ ଯାତ୍ରା କରୁଥିବା ବିମାନ ହେଉଛି ବିଶ୍ୱର ଚତୁର୍ଥ ଅବିରତଗାମୀ ବିମାନ। ଏହା ୧୪,୧୪୪ କିଲୋମିଟର ପର୍ଯ୍ୟନ୍ତ ପଥର ଯାତ୍ରା ମାତ୍ର ୧୭ ଘଣ୍ଟା ୫୦ ମିନିଟରେ ପୂର୍ଣ୍ଣ କରେ।
ଆମେରିକାର ଟେକ୍ସାସ ରାଜ୍ୟରୁ ଅଷ୍ଟ୍ରେଲିଆର ସିଡନୀ ପର୍ଯ୍ୟନ୍ତ ୟୁଏସ୍‍ର ଏକ ବିମାନ ଦୈନିକ ଯାତ୍ରା କରୁଛି। ଏହି ବିମାନ ୧୭ ଘଣ୍ଟା ୩୦ ମିନିଟରେ ୧୩,୮୩୪ କିଲୋମିଟର ପଥ ଅତିକ୍ରମ କରୁଛି।

Leave A Reply