ନୂଆଦିଲ୍ଲୀ: କରୋନା ଅପ୍ଡେଟ୍ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା ଦେଇ କହିଛନ୍ତି ଯେ ମୋଟ କରୋନା ଆକ୍ରାନ୍ତଙ୍କ ୭୯ ପ୍ରତିଶତ ୧୦ଟି ରାଜ୍ୟରେ ରହିଛନ୍ତି। ସେହି ୧୦ଟି ରାଜ୍ୟ ମଧ୍ୟରୁ ସର୍ବାଧିକ ୨୫ ପ୍ରତିଶତ ମହାରାଷ୍ଟ୍ରର ରହିଛି। କରୋନାରେ ମୃତ୍ୟୁ ଘଟୁଥିବା ଲୋକଙ୍କ ମଧ୍ୟରୁ ପୁରୁଷ ୭୦% ହୋଇଥିବାବେଳେ ମହିଳାଙ୍କ ମୃତ୍ୟୁ ସଂଖ୍ୟା ୩୦% ରହିଛି। ସେହିପରି ୧୧ ପ୍ରତିଶତ କେରଳରେ ଓ ୧୩ ପ୍ରତିଶତ କର୍ଣ୍ଣାଟକରେ ଅଛନ୍ତି। ଏସବୁ ରାଜ୍ୟରେ କରୋନା ସଂକ୍ରମଣକୁ କମାଇବାକୁ ସଂପୃକ୍ତ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ।
ଆଜି ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୬୦ବର୍ଷରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୫୩% ରହିଛି। ୨୫ବର୍ଷରୁ କମ୍ ବୟସରେ ମୃତକଙ୍କ ସଂଖ୍ୟା ମାତ୍ର ୧ ପ୍ରତିଶତ ରହିଥିବା ଜଣାପଡ଼ିଛି। ୨୬ରୁ ୪୨ବର୍ଗରେ ମୃତକଙ୍କ ସଂଖ୍ୟା ୧୦% ରହିଥିବାବେଳେ ୪୫ରୁ ୬୦ବର୍ଷ ମଧ୍ୟରେ ୩୫% ରହିଛି। ଓଡ଼ିଶା ସମେତ ଦେଶର ୧୪ଟି ରାଜ୍ୟର ପଜିଟିଭିଟି ହାର ଜାତୀୟ ହାରଠାରୁ କମ ଥିବାବେଳେ ଓ ‘ନିୟୁତ ଲୋକଙ୍କ ପିଛା ପରୀକ୍ଷା’ ଜାତୀୟ ହାରଠାରୁ ଅଧିକ ରହିଛି। ଜାତୀୟ ସ୍ତରରେ ପଜିଟିଭିଟି ହାର ୮.୦୭ % ରହିଥିବାବେଳେ ଓଡ଼ିଶାରେ ତାହା ୬.୭ % ରହିଛି । ସେହିପରି ଓଡ଼ିଶାରେ ‘ନିୟୁତ ଲୋକଙ୍କ ପିଛା ପରୀକ୍ଷା’ ୮୨,୦୫୯ ରହିଛି, ଯାହାକି ଜାତୀୟ ହାରଠାରୁ ଅଧିକ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ପ୍ରକାଶ କରିଛନ୍ତି।
ଓଡ଼ିଶା ସମେତ ଦେଶର ୧୪ଟି ରାଜ୍ୟର ପଜିଟିଭିଟି ହାର ଜାତୀୟ ହାରଠାରୁ କମ, ୬୦ବର୍ଷରୁ ଅଧିକ ବୟସ୍କଙ୍କ ପ୍ରତି ବେଶି ବିପଦ!
Popular Categories



