www.samajalive.in
Saturday, December 6, 2025
23.1 C
Bhubaneswar

ଜମିଜମା ବିବାଦକୁ କେନ୍ଦ୍ର ଅଘଟଣ ; ଘର ଭାଙ୍ଗି ଧାନ, ଚାଉଳ ଓ ଟଙ୍କା ଲୁଟ୍ ଅଭିଯୋଗ

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିର୍କାବର୍ଗ ପଂଚାୟତ ମାଣିକେଯାଡ଼ି ଗ୍ରାମରେ ଏକ ଜମିଜମା ବିବାଦ କାରଣରୁ ଘଟିଛି ଏକ ଅଭାବନିୟ ଘଟଣା। ଜୈନକ ବ୍ୟକ୍ତିଙ୍କର ଘରକୁ ଭାଙ୍ଗିଦେବା ସହିତ ଘରେ ଥିବା ଆସବାବପତ୍ର ଏବଂ ଧାନ,ଚାଉଳ ଓ ନଗଦ ଟଙ୍କା ଲୁଟ ହୋଇଥିବା ନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଭାବରେ ଅଭିଯୋଗ  ହୋଇଛି। ଏନେଇ ଦାରିଙ୍ଗବାଡ଼ି ଥାନାରେ କେସନଂ ୧୨୩/୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି। ଥାନାରେ ହୋଇଥିବା ଏତଲା ମୁତାବକ ମାଣିକ ଯୋଡ଼ି ଗ୍ରାମର ଶୁକଦେବ ପ୍ରଧାନ ନାମକ ବ୍ୟକ୍ତି ଏକ ଅନାବାଦୀ ପଦର ଜମିରେ ଧାନ, ମାଣ୍ଡିଆ ଇତ୍ୟାଦି ଚାଷବାସ କରିବା ସହିତ ବହୁବର୍ଷ ହେବ ଏକ ଛୋଟ ଘର କରି ରହିଆସୁଥିଲେ। ତେବେ ଗତ ୧୦ତାରିଖ ଦିନ ଶୁକଦେବ ଚାଷ କରିଥିବା ଧାନକୁ କାଟି ଘରେ ରଖିଥିବା ବେଳେ ସେହି ସମୟରେ ୫୦ରୁ୬୦ଜଣ ବ୍ୟକ୍ତି ନିଜ ହାତରେ ଟାଙ୍ଗିଆ,ବନ୍ଧୁକ,କୁରାଢ଼ୀ ଭଳି ମାରଣାସ୍ତ୍ର ଧରି ଅଚାନକ ଶୁକଦେବଙ୍କ ଘରକୁ ଆସି ଘରେ ଥିବା ଧାନ,ଚାଉଳ,ମାଣ୍ଡିଆ ଏବଂ ନଗଦ ୨୦ହଜାର ଟଙ୍କା ସହିତ ୨ଟି ସୋଲାର ପ୍ଲେଟ ଓ ୨ଟି ବ୍ୟାଟେରୀ ଲୁଟିନେଇଥିବା ବେଳେ ତାଙ୍କର ଘରଟିକୁ ସମ୍ପୁର୍ଣ୍ଣ ଭାବରେ ଭାଙ୍ଗିଦେଇ ମାଟିରେ ମିଶାଇ ଦେଇଛନ୍ତି। ଏନେଇ ଶୁକଦେବ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିବା ବେଳେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବିବାଦୀୟ ଜମିଟି କାହା ନାମରେ ନଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶୁକଦେବଙ୍କ ଘର ଭାଙ୍ଗିଦେବା ଯୋଗୁଁ ବର୍ତମାନ ତାଙ୍କ ପରିବାର ଏକ ଗଛ ମୂଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣ ଯୋଗୁଁ ଓ କେଉଁମାନେ ଏଭଳି କରିଛନ୍ତି ତାହା ଜଣାପଡ଼ିନଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories