www.samajalive.in
Saturday, December 6, 2025
23.1 C
Bhubaneswar

ଓଡ଼ିଶା ସମେତ ଦେଶର ୧୪ଟି ରାଜ୍ୟର ପଜିଟିଭିଟି ହାର ଜାତୀୟ ହାରଠାରୁ କମ, ୬୦ବର୍ଷରୁ ଅଧିକ ବୟସ୍କଙ୍କ ପ୍ରତି ବେଶି ବିପଦ!

ନୂଆଦିଲ୍ଲୀ: କରୋନା ଅପ୍‌ଡେଟ୍‌ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା ଦେଇ କହିଛନ୍ତି ଯେ ମୋଟ କରୋନା ଆକ୍ରାନ୍ତଙ୍କ ୭୯ ପ୍ରତିଶତ ୧୦ଟି ରାଜ୍ୟରେ ରହିଛନ୍ତି। ସେହି ୧୦ଟି ରାଜ୍ୟ ମଧ୍ୟରୁ ସର୍ବାଧିକ ୨୫ ପ୍ରତିଶତ ମହାରାଷ୍ଟ୍ରର ରହିଛି। କରୋନାରେ ମୃତ୍ୟୁ ଘଟୁଥିବା ଲୋକଙ୍କ ମଧ୍ୟରୁ ପୁରୁଷ ୭୦% ହୋଇଥିବାବେଳେ ମହିଳାଙ୍କ ମୃତ୍ୟୁ ସଂଖ୍ୟା ୩୦% ରହିଛି। ସେହିପରି ୧୧ ପ୍ରତିଶତ କେରଳରେ ଓ ୧୩ ପ୍ରତିଶତ କର୍ଣ୍ଣାଟକରେ ଅଛନ୍ତି। ଏସବୁ ରାଜ୍ୟରେ କରୋନା ସଂକ୍ରମଣକୁ କମାଇବାକୁ ସଂପୃକ୍ତ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ।
ଆଜି ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୬୦ବର୍ଷରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୫୩% ରହିଛି। ୨୫ବର୍ଷରୁ କମ୍‌ ବୟସରେ ମୃତକଙ୍କ ସଂଖ୍ୟା ମାତ୍ର ୧ ପ୍ରତିଶତ ରହିଥିବା ଜଣାପଡ଼ିଛି। ୨୬ରୁ ୪୨ବର୍ଗରେ ମୃତକଙ୍କ ସଂଖ୍ୟା ୧୦% ରହିଥିବାବେଳେ ୪୫ରୁ ୬୦ବର୍ଷ ମଧ୍ୟରେ ୩୫% ରହିଛି। ଓଡ଼ିଶା ସମେତ ଦେଶର ୧୪ଟି ରାଜ୍ୟର ପଜିଟିଭିଟି ହାର ଜାତୀୟ ହାରଠାରୁ କମ ଥିବାବେଳେ ଓ ‘ନିୟୁତ ଲୋକଙ୍କ ପିଛା ପରୀକ୍ଷା’ ଜାତୀୟ ହାରଠାରୁ ଅଧିକ ରହିଛି। ଜାତୀୟ ସ୍ତରରେ ପଜିଟିଭିଟି ହାର ୮.୦୭ % ରହିଥିବାବେଳେ ଓଡ଼ିଶାରେ ତାହା ୬.୭ % ରହିଛି । ସେହିପରି ଓଡ଼ିଶାରେ ‘ନିୟୁତ ଲୋକଙ୍କ ପିଛା ପରୀକ୍ଷା’ ୮୨,୦୫୯ ରହିଛି, ଯାହାକି ଜାତୀୟ ହାରଠାରୁ ଅଧିକ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ପ୍ରକାଶ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories