www.samajalive.in
Sunday, December 7, 2025
23.1 C
Bhubaneswar

ମିଆଁମାରରେ ହେବାକୁ ଥିବା ଲିଟିଲ ମିସ୍‍ ପ୍ରତିଯୋଗୀତାରେ ଭାଗନେବେ ବୌଦ୍ଧର ଅନିଷା ମେହେର

ବୌଦ୍ଧ : ଆସନ୍ତା ୨୦୨୧ ଏପ୍ରିଲ ମାସରେ ମିଆଁମାରରେ ହେବାକୁ ଥିବା ଲିଟିଲ ମିସ୍‍ ପ୍ରତିଯୋଗୀତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଅନିଷା ମେହେର। ଏହି ପ୍ରତିଯୋଗୀତାକୁ ମିଆଁମାର ପର୍ଯ୍ୟଟନ ବିଭାଗ ସହାୟତାରେ ଗ୍ଲୋବାଲ ବିୟୁଟି ଇଣ୍ଟର ନେସନାଲ ଆୟୋଜନ କରୁଥିବା ଜଣାପଡିଛି।

ଅନିଷା ହେଉଛନ୍ତି ବୌଦ୍ଧ ସହରରେ ବାସକରୁଥିବା ପ୍ରମୋଦ ମେହେର ଓ ସୁକାନ୍ତୀ ସିଂଙ୍କ କନିଷ୍ଠ କନ୍ୟା। ଅନିଷା ପିଲାଟି ଦିନରୁ ନୃତ୍ୟ,ସଂଗୀତ, କଳା, କରାଟେ , ଫେସନ ଶୋ ଆଦି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି। ସେ ବୈାଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ। ଏହି ପ୍ରତିଯୋଗୀତାରେ ୩୫ଟି ଦେଶ ଅଂଶ ଗ୍ରହଣ କରିବାକୁ ଥିବାବେଳେ ଭାରତ ପକ୍ଷରୁ ଅନିଷା ପ୍ରତିନିଧିତ୍ୱ କରିବେ। ଗ୍ଲୋବାଲ ବିୟୁଟି ଇଣ୍ଟରନେସନାଲ ଅର୍ରଗାନାଇଜେସନ ଓ ଇଣ୍ଡିଆନ ଇଣ୍ଟର ନେସନାଲ ପାଗେଣ୍ଟ କମ୍ପାନୀ ପକ୍ଷରୁ ଅନଲାଇନ ଫେସନ ସୋ ଅଡିସନରେ ବଛା ବଛା ୧୦୦ ଝିଅଙ୍କ ମଧ୍ୟରୁ ଟିନ୍‍(୧୪ ବର୍ଷରୁ କମ) ବିଭାଗରେ ସର୍ବାଧିକ ନମ୍ବର ରଖି ମିଆଁମାର ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଅନିଷା। ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories