www.samajalive.in
Sunday, December 14, 2025
18.1 C
Bhubaneswar

ସୁନାମି ମୁକାବିଲା ପାଇଁ ମକ୍‌ଡ୍ରିଲ୍‌

ଭୁବନେଶ୍ବର: ଆଜି ଓଡ଼ିଶାରେ ସାମ୍ଭାବ୍ୟ ମୁକାବିଲା ପାଇଁ ଭର୍ଚୁଆଲ୍‌ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ଉପକୁଳ ଓ ଆଣ୍ଡାମାନ ସାଗରରେ ସୁନାମି ମୁକାବିଲା ପାଇଁ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସଂହପୁର, ପୁରୀ ଓ ଗଞ୍ଜାମ ଜିଲା ସାମିଲ ହୋଇଥିଲା। ୬ ଜିଲାର ଜିଲାପାଳ, ଏଡିଏମ୍‌, ବିଡିଓ, ତହସିଲ୍‌ଦାର ଓ ସରପଞ୍ଚଙ୍କୁ ନେଇ ଏହି ସୁନାମି ମୁକାବିଲା ପାଇଁ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସୁନାମି ସମ୍ପର୍କିତ ତଥ୍ୟ ଗାଁରେ କିପରି ପହଞ୍ଚିବ ସେଥିନେଇ ଗୁରୁତ୍ବ ଦିଆଯାଇଥିଲା।

- Advertisement -

ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ଯେ ଆଜି ରାଜ୍ୟରେ ସାମ୍ଭାବ୍ୟ ସୁନାମି ମୁକାବିଲା ନେଇ ଏକ ଭର୍ଚୁଆଲ୍‌ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ ଜିଲାର ଜିଲାପାଳ, ଏଡିଏମ୍‌, ବିଡିଓ, ତହସିଲ୍‌ଦାର ଓ ସରପଞ୍ଚ ଯୋଗଦେଇଥିଲେ। ରାଜ୍ୟରେ ଥିବା ୧୨୨ଟି ଆଲର୍ଟ ସେଣ୍ଟରରୁ ୩ଥର ସାଇରନ୍‌ ବଜାଯାଇଥିଲା ଏବଂ ଆଲର୍ଟ ମେସେଜ୍‌ ମଧ୍ୟ ପଠାଯାଇଥିଲା। ଲୋକଙ୍କୁ କିଭଳି ଖୁବ୍ କମ୍‌ ସମୟ ମଧ୍ୟରେ ସୁନାମି ସମ୍ପର୍କିତ ସୂଚନା ଦିଆଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories