www.samajalive.in
Friday, December 12, 2025
16.1 C
Bhubaneswar

ଆଜି ଭୁବନେଶ୍ବରରେ ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୧୫

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୯୨ କ୍ବାରେଣ୍ଟାଇନ୍‌ ହୋଇଥିବାବେଳେ ୮୯ଜଣ ଲୋକାଲ୍‌ କେସରେ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡ଼ିଛି। ଆଜି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୧୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ୨୬୦୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବଳେ ସେଥିମଧ୍ୟରୁ ୨୨୫୨୫ଜଣ ସୁସ୍ଥ ହୋଇଛନ୍ତି ଓ ୩୩୪୮ଜଣ ସଂକ୍ରମିତ ଭାବେ ଚିକିତ୍ସିତ ହେଉଛନ୍ତି। ସେହିପରି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨ଜଣଙ୍କ ମୃତ୍ୟୁ ହୋଇଛି ବୋଲି ବୋଲି ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।
କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ କରୋନା ଆକ୍ରାନ୍ତମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ପଟିଆରୁ ୭ ଜଣ, ଚିନ୍ତମଣିଶ୍ୱରରୁ ୬ ଜଣ, ଆଚାର୍ଯ୍ୟ ବିହାର, ଆଇଆରସି ଭିଲେଜ, ନିଳାଦ୍ରୀ ବିହାରରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖଣ୍ଡଗିରି, ୟୁନିଟ-୮ରୁ ୪-୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଲୋକାଲ୍‌ କେସ୍‌ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଚନ୍ଦ୍ରଶେଖରପୁରରୁ ୯ ଜଣ, ବିଜେବି ନଗର, ଝାରପଡ଼ା, ଚିନ୍ତାମଣିଶ୍ୱରରୁ ୮ ଜଣ ଲେଖାଏଁ, ନୟାପଲ୍ଲୀରୁ ୭ ଜଣ, ବରମୁଣ୍ଡାରୁ ୬ ଜଣ, ଲକ୍ଷ୍ମୀସାଗର, ଶୈଳଶ୍ରୀ ବିହାରରୁ ୫-୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories