ବାଙ୍କୀ: ବାଙ୍କୀ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ଶିଶୁଆ ବାଲିସାହିର ସଂସ୍କୃତି ସମ୍ପର୍ଣ୍ଣ ରାମଲୀଳା ନିର୍ଦେଶକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣି ରାଉତ(୭୨)ଙ୍କର ସୋମବାର ବିଳମ୍ବିତ ରାତ୍ରୀରେ ପରଲୋକ ହୋଇଛି। ଶାରୀରିକ ଅସୁସ୍ଥତା ଅଧିକ ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର କୋଭିଡ୍ ପରୀକ୍ଷାରେ ରିପୋର୍ଟ ପଜେଟିଭ୍ ଆସିଲା ପରେ କଟକ ବଡମେଡିକାଲ କୋଭିଡ୍ ଓାର୍ଡରେ ସେ ଚିକିତ୍ସାଧୀନ ଥିଲେ। ସୋମବାର ରାତ୍ରୀରେ ତାଙ୍କର ପରଲୋକ ହୋଇଛି। କୋଭିଡ୍ ଆକ୍ରାନ୍ତ ଜନିତ ମୃତ୍ୟୁ ହୋଇଥିବାରୁ ତାଙ୍କର ମରଶରୀରକୁ କଟକ ସତୀଚଉରାଠାରେ ମୁନିସପାଲ୍ଟି ପକ୍ଷରୁ କୋଭିଡ୍ ନିୟମାନୁସାରେ ଦାହ କରାଯାଇଛି।
ରାମଲୀଳା ନିର୍ଦେଶକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣି ରାଉତଙ୍କ ପରଲୋକ ଖବର ପ୍ରସାର ହେଲାପରେ ବାଙ୍କୀ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ବାଙ୍କୀ ଜଣେ ପାରମ୍ପରିକ ରାମଲୀଳା ଗୁରୁଙ୍କୁ ହରାଇଥିବା ଜଣାପଡିଛି। ସତୀଚଉରାଠାରେ ବଡପୁଅ ଦିଲ୍ଲିପ କୋଭିଡ୍ କଟକଣାରେ ମୁଖାଗ୍ନି ପ୍ରଦାନ କରିଛନ୍ତି। ସ୍ୱର୍ଗତଃ ସୂର୍ଯ୍ୟମଣି ରାଉତ ଅବସର ଗ୍ରହଣ କଲାପରେ ଗ୍ରାମରେ ରହି ଶିଶୁଆ ଗ୍ରାମର ରାମଲୀଳା ସଂଘକୁ ପରିଚାଳନା କରିବା ସହିତ ନୃତ୍ୟ,ସଂଗୀତ ଚରନା କରି କଳାକାର ମାନଙ୍କୁ ନିର୍ଦ୍ଦେଶନା ଦେବାରେ ସମସ୍ତଙ୍କର ପ୍ରିୟ ଥିଲେ। ବହୁସାମାଜିକ ସଂଗଠନ,ସାଂସ୍କୃତିକ ଅନୁଷ୍ଠାନ ଓ ସୃଜନଶୀଳତା ପାଇଁ ସେ ବେଶ୍ ପରିଚିତ ଥିଲେ। ସରଳ ଓ ନିରାଡମ୍ବର ଜୀନବ ଶୈଳୀ ଅନ୍ୟମାନଙ୍କୁ ବେଶ୍ ପ୍ରଭାବିତ କରିଥିବା ସମ୍ପର୍କରେ ଶୁଭେଚ୍ଛୁ ଓ ଅଞ୍ଚଳର କଳାକାରମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ରାମଲୀଳା ନିର୍ଦେଶକ ସୂର୍ଯ୍ୟମଣି ରାଉତଙ୍କ ପରଲୋକ
Popular Categories



