www.samajalive.in
Tuesday, December 9, 2025
23.1 C
Bhubaneswar

ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ

ବାଙ୍କୀ: ବୈଦ୍ୟୁତିକ ଗଣମାଧ୍ୟମ ଜି.ଓଡିଶାର ବାଙ୍କୀ ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପରିଡା(୪୬)ଙ୍କର ହୃଦ୍‌ଘାତରେ ସୋମବାର ଦିନ ପରଲୋକ ହୋଇଯାଇଛି। ସେ ଜଣେ ନିର୍ଭିକ, ସଚ୍ଚୋଟ୍ଟ, ସତ୍ୟନିଷ୍ଠ ଓ କର୍ତ୍ତବ୍ୟ ପରାୟଣ ସାମ୍ବାଦିକ ଭାବରେ ସବୁରି ପ୍ରିୟ ଥିଲେ। ତାଙ୍କର ଶରୀର ଅସୁସ୍ଥ ହୋଇଯିବାରୁ ପ୍ରଥମେ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସୋମବାର ଦିନ ରାତ୍ରରେ କଟକର ଏକ ଘରୋଇ ନର୍ସିଂ ହୋମରେ ତାଙ୍କର ଅକାଳ ବିୟୋଗ ହୋଇଯାଇଛି। ତାଙ୍କର ମରଶରୀରକୁ ନିଜଗ୍ରାମ ନୂଅଗାଁ ଅଣାଯାଇ ଗ୍ରାମ୍ୟ ଶ୍ମସାନରେ ଅନ୍ତିମ ସତ୍କାର କରାଯାଇଥିବା ପରିବାର ସୂତ୍ରରୁ ପ୍ରକାଶ। ବଡପୁଅ ସ୍ୱାଧୀନ ମୁଖାଗ୍ନି ଦେଇଛନ୍ତି। ସେ ଦୀର୍ଘଦିନ ଧରି ବାଙ୍କୀ କଲେଜ ରୋଡ ସ୍ଥିତ ଭଡାଘରେ ରହି ଆସୁଥିଲେ। ତାଙ୍କର ହୃଦ୍‌ଘାତ ଜନୀତ ମୃତ୍ୟୁରେ ବାଙ୍କୀ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍ଗଦି କାମନା କରିଛନ୍ତି। ଯୁବ ସାମ୍ବାଦିକଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories