www.samajalive.in
Saturday, December 6, 2025
15.1 C
Bhubaneswar

ଖମାରନୂଆଗାଁରେ କୋଭିଡ ପରୀକ୍ଷଣ ଶିବିର, ୧୪ ପଜିଟିଭ୍

ଗୁରୁଡିଝାଟିଆ : ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ରାଧାକିଶୋରପୁର ପଞ୍ଚାୟତର ଖମାରନୂଆଗାଁ ଠାରେ କୋଭିଡ ସ୍ୱାବ ସଂଗ୍ରହ କରାଯାଇଛି। ୧୫୪ ଜଣଙ୍କ ଆଣ୍ଟିଜେନ ପରୀକ୍ଷା ଓ ୪୪ ଜଣଙ୍କ ଆରଟିପିସିଆର ପରୀକ୍ଷା କରାଯାଇଥିଲା। ୧୫୪ଜଣ ଆଣ୍ଟିଜେନ ପରୀକ୍ଷା ମଧ୍ୟରୁ ୧୪ଜଣଙ୍କ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ଖମାରନୂଆଗାଁର ୧୨ଜଣ, ଓରନ୍ଦାରୁ ୧ଜଣ ଓ ବାଳିରୁ ୧ଜଣ ବୋଲି ଜଣାପଡିଛି। ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ନେତୃତ୍ୱରେ ଆୟୁଷ ଚିକିତ୍ସକ ଡାକ୍ତର ଦୀପକ ରାଜ, ଡାକ୍ତର ଦେବୀ ପ୍ରସାଦ ଗିରି, ଡାକ୍ତର ମଧୁସ୍ମିତା ପ୍ରଧାନ, ଡାକ୍ତର ସ୍ୱର୍ଣ୍ଣପ୍ରଭା ରାଉତରାୟ, ପିଏଚଇଓ କବିତାରାଣୀ ଦାସ, ବିପିଓ ପୁଷ୍ପମିତ୍ରା ଦାସ ଓ ବ୍ରହ୍ମପୁର କୋଭିଡ ଟିମର ସଦସ୍ୟମାନେ ଉପସ୍ଥିତରହି ସ୍ୱାବ ସଂଗ୍ରହ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories