www.samajalive.in
Monday, December 8, 2025
24.1 C
Bhubaneswar

ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ କୋଭିଡ-୧୯ ସଚେତନତା ଅଭିଯାନ

କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ରାଜ୍ୟର ସର୍ବାଧିକ କରୋନା ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମରେ ଏହି ଅଭିଯାନ ମାଧ୍ୟମରେ କୋଭିଡ-୧୯ ସଂକ୍ରାନ୍ତରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ପାର୍ବଣ ଋତୁରେ କରୋନା ମହାମାରୀକୁ ପ୍ରତିହତ କରିବା ଲାଗି ‘କୋଭିଡ-୧୯ ଉପଯୁକ୍ତ ବ୍ୟବହାର ଜନ ଆନ୍ଦୋଳନ’ର ଶୁଭାରମ୍ଭ କରିଥିଲେ। ଏହି ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଏଭଳି ପଦକ୍ଷେପ ଗ୍ରହଣ କରିଛି।

କରୋନା ଭାଇରସର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି, ଔଷଧ କିମ୍ବା ଟୀକା ନଥିବାରୁ ସତର୍କ ଓ ସଚେତନ ରହିବା ଦ୍ୱାରା ହିଁ ଏଥିରୁ ସୁରକ୍ଷିତ ରହିବା ସମ୍ଭବ। ଏହି ଉଦ୍ଦେଶ୍ୟ ନେଇ ଆରଓବି ପକ୍ଷରୁ ବିଭିନ୍ନ ସଚେତନତା ବାର୍ତା ଥିବା ଏକ ପ୍ରଚାର ଗାଡ଼ି ସମ୍ପୂର୍ଣ୍ଣ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ କ୍ଷେତ୍ରରେ ବୁଲିବା ଆରମ୍ଭ କରିଛି। ଏହି ପ୍ରଚାର ଗାଡ଼ିରେ କୋଭିଡ-୧୯ ଉପଯୁକ୍ତ ବ୍ୟବହାର ସମ୍ପର୍କରେ ବିଭିନ୍ନ ସଚେତନତା ବାର୍ତା ଥିବା ପୋଷ୍ଟର ଲଗାଯାଇଛି। ଏହି ଗାଡ଼ି ବିଭିନ୍ନ ସ୍ଥାନ ବୁଲି ଜନସାଧାରଣଙ୍କ ମଧ୍ୟରେ କରୋନା ଭୂତାଣୁ ଠାରୁ ସୁରକ୍ଷିତ ରହିବା ନିମନ୍ତେ ନିୟମିତ ସାବୁନରେ ହାତ ଧୋଇବା, ଦୁଇ ଗଜ ସାମାଜିକ ଦୂରତା ରକ୍ଷା କରିବା, ଜନଗହଳି ପୂର୍ଣ୍ଣ ସ୍ଥାନ ଠାରୁ ନିଜକୁ ଦୂରେଇ ରଖିବା, ମାସ୍କ ଓ ଫେସ କଭର ପିନ୍ଧିବା, ଛିଙ୍କିବା କିମ୍ବା କାଶିବା ସମୟରେ ମୁହଁ ଘୋଡ଼ାଇବା, ଅସୁସ୍ଥ ଅନୁଭବ କରୁଥିଲେ ତୁରନ୍ତ ନିଜକୁ ପୃଥକବାସରେ ରଖି ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା, ବ୍ୟକ୍ତିଗତ ସ୍ୱଚ୍ଛତା ରକ୍ଷା କରିବା ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିବ। ପ୍ରଚାର ଗାଡ଼ି ବୁଲିବା ସହିତ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ସର୍ବସାଧାରଣ ସ୍ଥାନରେ ପୋଷ୍ଟର ଲଗାଯିବ।

- Advertisement -

ଆଜି ପ୍ରଥମ ଦିନରେ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ସଚେତନତା ବାର୍ତା ଥିବା ପୋଷ୍ଟରଗୁଡ଼ିକୁ ରଖାଯାଇଛି।ଏହି ସଚେତନତା ଅଭିଯାନ ସପ୍ତାହବ୍ୟାପୀ ଜାରି ରହିବ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories