www.samajalive.in
Sunday, December 7, 2025
14.1 C
Bhubaneswar

ନବରଙ୍ଗପୁର କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନବରଙ୍ଗପୁର: ନବରଙ୍ଗପୁର କୋଭିଡ ହସ୍ପିଟାଲ ରେ ଅବ୍ୟବସ୍ଥା ନେଇ ନବରଙ୍ଗପୁର ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଂଘ ଗତ ଦିନରେ ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ରଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସାମ୍ବାଦିକଙ୍କ ଦାବି ପ୍ରକାରେ ଦାବି ପୂରଣ ନ ହେଲେ ପ୍ରତୀକ ଧାରଣାରେ ବସିବେ ବୋଲି କୁହାଯାଇଥିଲା। ଜିଲ୍ଲାପାଳ ଅଜିତ୍‌ ମିଶ୍ର ୧୦ ଦିନ ମଧ୍ୟରେ ଦାବି ପୂରଣ ନିମନ୍ତେ ପ୍ରତିଶୃତି ଦେଇଥିଲେ। ତେବେ ୧୦ଦିନ ବିତିବା ପରେ ଉପଜିଲ୍ଲାପାଳ ଜିଲ୍ଲାପାଳ ଅସୁସ୍ଥ ଥିବା ଦର୍ଶାଇ ଆଉ ୭ ଦିନ ସମୟ ମାଗିଥିଲେ. କିନ୍ତୁ ସମୟ ଅତିବାହିତ ହେବା ପରେ ବି ଦାବି ପୂରଣ ହୋଇନଥିବା ଯୋଗୁଁ ଆଜି ସଂଘର ସଭାପତି ସୁଶାନ୍ତ ବେହେରାଙ୍କ ଆହ୍ୱାନ କ୍ରମେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ସୂଚନାରୁ ପ୍ରକାଶ ଯେ କୋଭିଡ ହସ୍ପିଟାଲ ଆରମ୍ଭ ହେବା ଠାରୁ କରନା ରୋଗୀ ପାଇଁ ଆବଶ୍ୟକ ଭେଣ୍ଟିଲେଟର ନାହିଁ ଫଳରେ ରୋଗୀ ହନ୍ତସନ୍ତ ହୋଉଛନ୍ତି.ଏଥିପାଇଁ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରାଗଲେ ସରଞ୍ଜାମ ଖଚିତ ଆମ୍ବୁଲାନ୍ସ ନାହିଁ। ଯଦ୍ୱାରା ଆବଶ୍ୟକ ଅକ୍ସିଜେନ ଅଭାବରେ ରୋଗୀର ମୃତ୍ୟୁ ହୋଉଛି। ଏହାକୁ ଦୃଷ୍ଟିରେ ରଖି ସାମ୍ବାଦିକମାନେ ଧାରଣା ଦେଇଛନ୍ତି। ଏହି ଧାରଣା କୁ ଜିଲ୍ଲାର ବିଭିନ୍ନ ସଂଗଠନ ଗୁଡିକ ସମର୍ଥନ ଜଣାଇଛନ୍ତି। ଆଜି ପ୍ରଥମ ଦିନ ଧାରଣାରେ ନବରଙ୍ଗପୁର ମ୍ୟୁନ୍ସିପାଲଟିର ପୂର୍ବତନ ନଗରପାଳ ଅର୍ଜୁନ ତ୍ରିପାଠୀ, ନବରଙ୍ଗପୁର କଂଗ୍ରେସ ଜିଲ୍ଲା ସଭାପତି, ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇ, ଗୌରୀ ମାଝି, ନଗର ସଭାପତି ପିଣ୍ଟୁ ମିଶ୍ର ଏବଂ ମା’ ଘର ସଦସ୍ୟା କାଦମ୍ବିନୀ ତ୍ରିପାଠୀ, ଅଭିଭକ୍ତ କୋରାପୁଟ ଜିଲ୍ଲା ର ଆଦିବାସୀ ମୂଳ ବିକାଶ ପରିଷଦର ଅଧକ୍ଷ ଚନ୍ଦ୍ର ଧ୍ୱଜ ମାଝି, ଓକିଲ ସଙ୍ଘର ସମ୍ପାଦକ ସମରେଶ ଗନ୍ତାୟତ, ନବରଙ୍ଗପୁର ଟ୍ରାକ୍ଟର ମଲିକ ସଙ୍ଘର ସଭାପତି କାହ୍ନୁ ଦାସ, ନବରଙ୍ଗପୁର ଜିଲ୍ଲା କୃଷକ ବଜାର ସଂଘ ସମ୍ପାଦକ ପ୍ରତାପ କିଶୋର ସ୍ୱାଇଁ, ଉମରକୋଟ ଓକିଲ ସଂଘ, ନବରଙ୍ଗପୁର ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ଧାରଣାରେ ସାମିଲ ହେବା ସହ ସମର୍ଥନ ଜଣାଇ ଆଗକୁ ଦାବି ପୂରଣ ନ ହେଲା ଯାଏଁ ସାମ୍ବାଦିକଙ୍କ ସାଥିରେ ରହିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକର ୭୦ରୁ ଅଧିକ ସାମ୍ବାଦିକ ଧାରଣାରେ ଯୋଗ ଦେଇଥିଲେ। ପ୍ରତୀକ ଧାରଣା ସକାଳ ୧୦ଘଣ୍ଟା ଠାରୁ ସନ୍ଧ୍ୟା ୬ଘଣ୍ଟ ପର୍ୟ୍ୟନ୍ତ ଚାଳିବାକୁ ଥିବାବେଳେ ଯଦି ଦାବି ପୂରଣ ନ ହେଲେ ଶାନ୍ତି ଶୃଙ୍ଖଳା ରେ ଆରମ୍ଭ ହୋଇଥିବା ଆନ୍ଦୋଳନ କୁ ତୀବ୍ରରୁ ତୀବ୍ର କରିବାପାଇଁ ସଂଘ ସଭାପତି ସୁଶାନ୍ତ କୁମାର ବେହେରା ଚେତାବନୀ ଦେଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories