www.samajalive.in
Saturday, December 13, 2025
21.1 C
Bhubaneswar

ପୌରାଣିକ କଥା : ଏପରି ଆରମ୍ଭ ହୋଇଥିଲେ ନବରାତ୍ର ପୂଜା

ଶରଦୀୟ ନବରାତ୍ର ହେଉଛି ମାତା ନବଦୁର୍ଗାଙ୍କ ପୂଜା ପର୍ବ। ପ୍ରତିବର୍ଷ ମହାଳୟା ଅମାବାସ୍ୟା ପରେ ଆରମ୍ଭ ହୁଏ ଏହି ପବିତ୍ର ପର୍ବ । ଏବର୍ଷ ନବରାତ୍ର ମହୋତ୍ସବ ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ୨୫ ପର୍ଯ୍ୟନ୍ତ ଚାଲିବ। ଧାର୍ମିକ ଗ୍ରନ୍ଥ ଏବଂ ପୁରାଣ ଅନୁଯାୟୀ, ଦେବୀ ଦୁର୍ଗାଙ୍କୁ ପୂଜା କରିବା ପାଇଁ ଶରଦୀୟ ନବରାତ୍ର ସର୍ବୋତ୍ତମ ସମୟ । ନବରାତ୍ରୀର ଏହି ଶୁଭ ଦିନରେ ପ୍ରତ୍ୟେକ ଦିନ ମା’ଙ୍କର ଭିନ୍ନ ଭିନ୍ନ ସ୍ବରୂପକୁ ପୂଜା କରାଯାଏ। ଯାହା ଭକ୍ତମାନଙ୍କୁ ସୁଖ, ଶକ୍ତି ଏବଂ ଜ୍ଞାନ ପ୍ରଦାନ କରିଥାଏ। ନବରାତ୍ରର ପର୍ବ ହେଉଛି ଶକ୍ତି ଉପାସନା ପର୍ବ।

ତେବେ ଏହି ନବରାତ୍ର କେବେ ଠାରୁ ଆରମ୍ଭ ହୋଇଛି ଏବଂ ଭକ୍ତମାନେ ପାଳନ କରି ଆସୁଛନ୍ତି, ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଥାଏ। ଆସନ୍ତୁ ଜାଣିବା ପୌରାଣିକ ବିଷୟ ବସ୍ତୁରେ କ’ଣ ଉଲ୍ଲେଖ ରହିଛି…….

- Advertisement -

ନବରାତ୍ର ପର୍ବ ପାଳନ କରିବାର ଶାସ୍ତ୍ର ଅନୁସାରେ ଦୁଇଟି କାରଣ ରହିଛି। ପ୍ରଥମ ପୁରାଣ ଅନୁଯାୟୀ, ମହିଷାସୁର ନାମକ ଜଣେ ରାକ୍ଷସ ଥିଲେ। ଯିଏ ବ୍ରହ୍ମାଙ୍କର ଜଣେ ଭକ୍ତ ଥିଲେ। ଆରାଧନା ବଳରେ ସେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିଥିଲେ। ବ୍ରହ୍ମାଙ୍କ ବରଦାନ ଅନୁଯାୟୀ, କୌଣସି ଦେବା, ଦେବୀ ଏବଂ ପୃଥିବୀ ପୃଷ୍ଠର କୌଣସି ମାନବ ତାଙ୍କୁ ବଦ୍ଧ କରି ପାରିବେ ନାହିଁ। ଏହା ଦ୍ବାରା ମହିଷାସୁର ତିନି ଲୋକରେ ଆତଙ୍କ ସୃଷ୍ଟି କରିଥଲା। ମହିଷାସୁର ଆତଙ୍କରେ ବ୍ୟାକୁଳ ହୋଇ ଦେବତା ଏବଂ ଦେବୀମାନେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର ଦୁର୍ଗା ମାତାଙ୍କ ଶରଣ ପଷିଥିଲେ। ସମସ୍ତଙ୍କ ସୁରକ୍ଷା ପାଇଁ ମା’ ଦୁର୍ଗା ନଅ ଦିନ ଧରି ୯ଟି ରୂପରେ ମହିଷାସୁରା ସହ ସଂଘର୍ଷ କରିଥିଲେ ଏବଂ ଦଶମ ଦିନରେ ମା’ ଦୁର୍ଗା ମହିଷାସୁରାଙ୍କୁ ବଦ୍ଧ କରିଥିଲେ। ମନ୍ଦ ଉପରେ ଭଲର ବିଜୟ ଲାଭ ହୋଇଥିଲା। ସେବେଠାରୁ ହଁ ମା’ଙ୍କର ଏହି ୯ଟି ସ୍ବରୂପକୁ ନବରାତ୍ରରେ ଆରାଧନା କରାଯାଏ ଏବଂ ଦଶମ ଦିନକୁ ଦଶହରା ଭାବରେ ପାଳନ କରାଯାଇ ମା’ଙ୍କୁ ବିଦାୟ ଦିଆଯାଏ।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories