www.samajalive.in
Saturday, December 6, 2025
14.1 C
Bhubaneswar

ବିଶ୍ୱ ମାନସିକ ଦିବସ ଅବସରରେ ୱେବିନାର ‘ଅଧିକ ବିନିଯୋଗ ଅଧିକ ପ୍ରବେଶ’

ବୁର୍ଲା: ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଭିମସାର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ‘ଅଧିକ ବିନିଯୋଗ ଅଧିକ ପ୍ରବେଶ’ ବିଷୟବସ୍ତୁ ଉପରେ ସମ୍ମିଳନିଟି ପର୍ଯ୍ୟବସିତ ରହିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଯୋଗଦେଇଥିଲେ। ନୂତନ ମେଡ଼ିକାଲ କଲେଜ ଖୋଲିବା, ନୁତନ ପାଠ୍ୟକ୍ରମ ଖୋଲିବା, ସ୍ୱାସ୍ଥ୍ୟ ଉପରେ ପ୍ରଶିକ୍ଷଣ ଆଶା, ଏଏନଏମ, ସେବିକାଙ୍କୁ ଦିଆଯିବା ଏବଂ ମନୋବିଜ୍ଞାନି ମାନଙ୍କ ଯୋଗଦାନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିବା ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ସୁଚନା ଦେଇଥିଲେ। ଏହା ସହିତ ନିରାମୟ ଯୋଜନାରେ ସରକାର ସାଇକୋଟ୍ରୋପିକ ମେଡ଼ିକେସନ ଔଷଧ ବଣ୍ଟନ କରୁଥିବା ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ଯୋଗଦେଇ କହିଥିଲେ ଯେ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳର ଘୋର ଅଭାବ ପରିଲକ୍ଷିତ ହେଉଛି। ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଅଧିକ ସଂଖ୍ୟାର କେନ୍ଦ୍ର ଆବଶ୍ୟକତା ରହିଛି ବୋଲି କହିଥିଲେ। ମାନସିକ ସ୍ୱାସ୍ଥ୍ୟ ସମାସ୍ୟା ଏବଂ ପରିଚାଳନା ବିକଳ୍ପଗୁଡ଼ିକୁ ଏମକେସିଜି ବ୍ରହ୍ମପୁର ମେଡ଼ିକାଲ କଲେଜର କମ୍ୟୁନିଟି ମେଡ଼ିସିନ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଦୁର୍ଗାମାଧବ ଶତପଥି ବର୍ଣ୍ଣନା କରିଥିଲେ। ରାଜ୍ୟ ବିଷୟରେ ଏହି କାର୍ଯ୍ୟକ୍ରମ ଅଧିନରେ ମାନସିକ ସ୍ୱାସ୍ଥ୍ୟ ପ୍ରକଳ୍ପ ଏବଂ ତାଲିମ କାର୍ଯ୍ୟକଳାପ ଦିଆଯିବା ଉପରେ ପ୍ରଫେସର ଶତପଥି ମତବ୍ୟକ୍ତ ରଖିଥିଲେ। ଏହି କୋଭିଡ଼ ସମୟରେ ମାନସିକ ସ୍ୱାସ୍ଥ୍ୟ ସଙ୍କଟ ବିଷୟରେ ଏବଂ ଏହାର ମୁକାବିଲା ରଣନିତି ସମ୍ପର୍କରେ ଭିମସାରର କମ୍ୟୁନିଟି ମେଡ଼ିସିନର ସହଯୋଗୀ ପ୍ରଫେସର ଡ଼ାକ୍ତର କୁଲୱନ୍ତ ଲାକ୍ରା ବର୍ଣ୍ଣନା କରିଥିଲେ। ବିଷୟବସ୍ତୁ ଉପରେ ଏବଂ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁନଃ ବିନିଯୋଗକୁ କିପରି ବୃଦ୍ଧି କରାଯାଇ ପାରିବ ଭିମସାର ମାନସିକ ରୋଗ ବିଭାଗର ବିଭାଗୀୟ ମୂଖ୍ୟ ରଜନୀକାନ୍ତ ଶୁକ୍ଲା ବ୍ୟକ୍ତ ଆଲୋକପାତ କରିଥିଲେ। ମାନସିକ, ଶାରିରୀକ ସ୍ୱାସ୍ଥ୍ୟ ଏବଂ ଆଧ୍ୟାତ୍ମିକ ଦିଗକୁ ମାନସିକ ଏବଂ ଶାରୀରିକ ଆନ୍ତରିକ ଲିଙ୍କ ବିଷୟରେ ଭିମସାର ଏଫଏମଟି ବିଭାଗୀୟ ମୁଖ୍ୟ ପ୍ରଫେସର ସତ୍ୟସାୟୀ ପଣ୍ଡା ଆଲୋକପାତ କରିଥିଲେ। କମ୍ୟୁନିଟି ମେଡ଼ିସିନର ସହଯୋଗୀ ପ୍ରଫେସର ସୁବ୍ରତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସ୍ୱାଗତ ଭାଷଣ ଦେଇଥିଲେ ଡାକ୍ତର ସଞ୍ଜିବ କୁମାର ମିଶ୍ର ପ୍ରଦାନ । ଏହି ୱେବିନାର କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଅଂଶଗ୍ରହଣ କରିବା ସହିତ ଫେସବୁକ ଲାଇଭରେ ପ୍ରାୟ ୨୦ ହଜାର ଦେଖିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories