www.samajalive.in
Saturday, December 6, 2025
16.1 C
Bhubaneswar

କିନ୍ନରମାନଙ୍କ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଉନ୍ନିତ ଉଚ୍ଚବିଦ୍ୟାଳୟ ଖେଳପଡିଆଠାରେ ଜିଲ୍ଲା କିନ୍ନର ମହାସଂଘର ଏକ ଜିଲ୍ଲା ସ୍ତରୀୟ ବୈଠକ ଫିରିଙ୍ଗିଆ ମୁର୍ଗିମାତା କିନ୍ନର ସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଘର ସଭାପତି ମୁନି କିନ୍ନର ସଭାପତିତ୍ୱ କରିଥିବା ବେଳେ ଏଥିରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର କିନ୍ନରମାନେ ସାମିଲ୍‍ ହୋଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଶେଷ କୋଭିଡ଼୍‍ କଟକଣା ଯୋଗୁଁ ପ୍ରତ୍ୟେକ ଅଞ୍ଚଳରୁ ଜଣେ ଲେଖାଏଁ ପ୍ରତିନିଧି ସାମିଲ୍‍ ହୋଇ ଆଲୋଚନାରେ ଭାଗନେଇଥିବା ବେଳେ ରାଇକିଆ କିନ୍ନରମାନଙ୍କ ଗୁରୁ ସଂଧ୍ୟାରାଣୀ କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉଦୟଗିରି ରୁ ଝୁମୁକା ନାଏକ, ବାଲିଗୁଡାରୁ ବିଷ୍ଣୁପ୍ରିୟା ପ୍ରଧାନ, ତୁମୁଡିବନ୍ଧ ବ୍ଲକରୁ ସୁମନ ବାରିକ, ରାଇକିଆରୁ ଲିପସା କିନ୍ନର, ଫୁଲବାଣୀରୁ ପାୟଲ କିନ୍ନର, ନୁଆଗାଁରୁ ନିଲୁ ବିଶୋୟୀ, ଖଜୁରିପଡା ବ୍ଲକରୁ ଶିତଲ କିନ୍ନର, କୋଟଗଡରୁ ସଂଧ୍ୟା କିନ୍ନରଙ୍କ ସହ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରୁ ଜଣେ ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିରିଙ୍ଗିଆ କିନ୍ନର ସଂଘର ସମ୍ପାଦକ ରିଙ୍କି କିନ୍ନର ଓ କିନ୍ନର ମନିସା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସରକାରୀ ପ୍ରୋତ୍ସାହନ ରାଶି ବା ଭତା ପ୍ରଦାନ କରିବା, ଉଚ୍ଚ ଶିକ୍ଷିତ କିନ୍ନରମାନଙ୍କୁ ସରକାରୀ ଚାକିରି ଦେବା, କିନ୍ନରମାନଙ୍କୁ ସ୍ୱୟଂସହାୟକ ଗୋଷ୍ଠି ଗଠନ କରିବା ପାଇଁ ସ୍ୱୀକୃତି ଦେବା ଦିଗରେ ରାଜ୍ୟସରକାର ପଦକ୍ଷେପ ନେବା ଉପରେ ବୈଠକରେ ଆଲୋଚନା ହୋଇଥିଲ।।

- Advertisement -

ଅନ୍ୟପଟେ ଫିରିଙ୍ଗିଆଠାରେ କିନ୍ନରମାନଙ୍କ ବୈଠକ ପାଇଁ ଏକ ବୈଠକ ଗୃହ ଓ କରୋନା କଟକଣା ପାଇଁ ଜୀବିକା ହରାଇଥିବା କିନ୍ନରମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନକୁ ଅବଗତ କରିବା ଦିଗରେ ନିଷ୍ପତି ନିଆଯାଇଛି। ଦାବି ସଂପର୍କରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତି ନିଆଯାଇଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories