www.samajalive.in
Friday, December 5, 2025
20.1 C
Bhubaneswar

କରୋନା କବଳରେ ଦୁର୍ଗାପୂଜା : ପାଣ୍ଡାଲ ସଜାଯିବ, ମା’ଙ୍କ ପ୍ରତିମା ସ୍ଥାପିତ ହେବ, ହେଲେ ଭକ୍ତ ଆସିବେନି

ଦୁର୍ଗାପୁଜା ପାଣ୍ଡାଲକୁ ମଧ୍ୟ ସଜାଯିବ ଏବଂ ମା ଦୁର୍ଗାଙ୍କ ପ୍ରତିମା ମଧ୍ୟ ସ୍ଥାପନ କରାଯିବ। ହେଲେ ଭକ୍ତଙ୍କ ଆଗମନ ଉପରେ କଟକଣା ଜାରି କରାଯାଇଛି। ନିରାଡମ୍ବର ଭାବେ ସାଧାରଣ ସମାରୋହ ଅନୁଷ୍ଠିତ ହେବ ବୋଲି ଉତ୍ତରପ୍ରଦେଶ ପ୍ରୟୋଜରାଜର ଏକ ପୂଜା କମିଟି ପକ୍ଷରୁ ଏହି ସୂଚନା ମିଳିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାରୱାରୀ କମିଟି ପକ୍ଷରୁ ଦୁର୍ଗା ପୂଜାକୁ ଯତ୍ନର ସହ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ କୋଭିଡ-୧୯ର ନିର୍ଦ୍ଦେଶାବଳୀ ଅନୁସରଣ କରାଯିବ ।

ଏଥର ଶାରଦୀୟ ନବରାତ୍ରର ପରମ୍ପରାକୁ ବଜାୟ ରଖିବା ପାଇଁ ସରଳ କାର୍ଯ୍ୟକ୍ରମ ଆୟୋଜିତ ହେବ। ପାଣ୍ଡାଲରେ ଯେପରି ଭିଡ଼ ଜମା ନହୁଏ, ସେଥିପ୍ରତି ଦୃଷ୍ଟି ଦିଆଯିବ। କେବଳ ସ୍ଥାନୀୟ ଲୋକଙ୍କୁ ମା’ଙ୍କ ଦର୍ଶନ ପାଇଁ ଅନୁମତି ମିଳିବ, ବାହାର ଲୋକ ଦୁର୍ଗାପୁଜା ପାଣ୍ଡାଲରେ ପହଞ୍ଚି ପାରିବେ ନାହିଁ। ଏହା ଦ୍ବାରା କରୋନା ସଂକ୍ରମଣ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରାଯାଇପାରିବ ।

- Advertisement -

ସ୍ଥାନୀୟ ବଙ୍ଗଳା କଲ୍ୟାଣ ସଂଘର ସଚିବ ଡକ୍ଟର ପି.କେ ରାୟ ସମସ୍ତ ବାରୱାରୀ କମିଟିର ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି ଯେ, ପଡ଼ୋଶୀ ଲୋକଙ୍କୁ କେବଳ ପାଣ୍ଡାଲରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତୁ। ଏଥିପାଇଁ ଏକ ଇ-ପାସ୍ ପ୍ରସ୍ତୁତ କରନ୍ତୁ ଏବଂ ପ୍ରତ୍ୟେକ ଘରର ସଦସ୍ୟଙ୍କ ସଂଖ୍ୟା ଉପରେ ଆଧାର କରି ଏହାକୁ ବଣ୍ଟନ କରନ୍ତୁ । ଗେଟ୍‌ରେ ପାସ୍ ଯାଞ୍ଚ କରିବା ପରେ ଯାତ୍ରୀମାନଙ୍କୁ ଏଣ୍ଟ୍ରି ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି।

ଆହ୍ଲାବାଦ ଦୁର୍ଗାପୁଜା କମିଟିର ସଚିବ ଉତ୍କଳ କୁମାର ବାନାର୍ଜୀଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ମନିଟରିଂ କମିଟି ଗଠନ କରାଯିବ ଯାହାକି ଦୁର୍ଗା ପୂଜାପାଠରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବ ବୋଲି କୁହାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରୟାଗରାଜରେ ଦୁର୍ଗା ପୂଜା ଉତ୍ସବକୁ ମହାନ ଭାବେ ପାଳନ କରାଯାଏ। ପୂଜାସ୍ଥଳକୁ ଏକ ବଡ଼ ରୂପ ଦେବା ପାଇଁ କୋଲକାତା କାରିଗରମାନଙ୍କୁ ଏକ ମାସ ପୂର୍ବରୁ ଡକାଯାଇଥିଲା। କଳାକାରମାନେ ଏଠାରେ ରହି ଦୁର୍ଗାପୂଜା ପାଣ୍ଡାଲ ନିର୍ମାଣ କରନ୍ତି। ଏହି ପାଣ୍ଡାଲଗୁଡିକୁ ଦେଖିବା ପାଇଁ ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶାରଦୀୟ ନବରାତ୍ରରେ ଭକ୍ତଙ୍କ ଭିଡ ଜମିଥିଲା। ତେବେ ଏଥର ଦୁର୍ଗା ପୂଜା ସମାରୋହକୁ ନିରାଡମ୍ବର ସହ ପାଳନ କରାଯିବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories