www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ନିର୍ମାଣ ହେଲାନି ଅସ୍ତପୁରା-ଖୁଣ୍ଟାପୁର ଗ୍ରାମ୍ୟରାସ୍ତା

ବେତନଟୀ:ନେତା ପରେ ନେତା ବଦଳୁଛନ୍ତି, କେତେବେଳେ ଶାସକଦଳ ତ କେତେବେଳେ ବିରୋଧିଦଳ ବିଧାୟକଭାବେ ୫ବର୍ଷନିମନ୍ତେ ନିର୍ବାଚିତ ହୋଇ ଆସୁଛନ୍ତି। ମାତ୍ର ସେଭଳି ଆଖିଦୃଶିଆ କାର୍ଯ୍ୟ କରିବାରେ ଅସଫଳ ହେଉଛନ୍ତି। ନିଜ ପାଣ୍ଠି ବ୍ୟତିତ ଅନ୍ୟ କେଉଁ ମାର୍ଗରେ ଅନୁଦାନ ଆଣି ନିଜ ଅଞ୍ଚଳର ଉନ୍ନୟନକାର୍ଯ୍ୟ କରିହେବ ସେଥିପ୍ରତି ଦୃଷ୍ଟି ନଦେବାରୁ ବେତନଟୀ ବ୍ଲକରେ ଏବେ ମଧ୍ୟ ଅର୍ଦ୍ଧଧିକଗ୍ରାମର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ରହିବା ଫଳରେ ସମ୍ପୃକ୍ତ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ୱାର୍ଡ ସଭ୍ୟ ଠାରୁ ଆରମ୍ଭକରି ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ପଡୁନାହିଁ କେମିତି ବୋଲି ବେତନଟୀବ୍ଲକର ରଘୁପୁର ପଞ୍ଚାୟତର ଖୁଣ୍ଟାପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁର୍ତ୍ତବିଭାଗ ରାସ୍ତାର ଅସ୍ତପୁରା ଛକ ନିକଟରୁ ଖୁଣ୍ଟାପୁର ଗ୍ରାମ ଅତିକ୍ରମ କରି ପଣସିଆ-ଅଁଳା ଗ୍ରାମ ଉନ୍ନୟନ ରାସ୍ତା ସହିତ ମିଶିଥିବା ଖୁଣ୍ଟାପୁରଗ୍ରାମ ରାସ୍ତାର ଅବସ୍ଥା କିଭଳି ରହିଛି ତାହା କୌଣସି ନେତାଙ୍କ ଦୃଷ୍ଟିରେ ପଡୁନାହିଁ କିମ୍ଭା ଗ୍ରାମରେ ଥିବା ବିଭିନ୍ନ ଦଳର ନେତା ଓ କର୍ମୀମାନେ ରାସ୍ତା ସମ୍ପର୍କରେ ସଠିକ ଉପସ୍ଥାପନା କରିନପାରିବାରୁ ସେମାନେ ୩୦ବର୍ଷରୁ ଊର୍ଦ୍ଧ୍ବହେବ ବିପଦ ପୁର୍ଣ୍ଣ ରାସ୍ତାରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। କୋମଳମତି ପିଲାଙ୍କ ଠାରୁ ଆରମ୍ଭକରି ବୃଦ୍ଧ ବୃଦ୍ଧା ଏହି ରାସ୍ତାରେ ଯିବା ଆସିବା କରିବା ସହିତ ଦୈନିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନା ବୁହାହୋଇ ଯାଉଥିବାର ଅନେକ ନଜିର ରହିଥିଲେ ମଧ୍ୟ କୁଜିନେତାଙ୍କ ଠାରୁ ଆରମ୍ଭକରି ବଡନେତାଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି।
ପ୍ରକାଶ ଥାଉକି ଖୁଣ୍ଟାପୁରଗ୍ରାମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ଅନେକ ସରକାରୀ ଅନୁଷ୍ଠାନ ରହିଥିବାବେଳେ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ପଦାଧିକାରୀ ଆସିବା ସହିତ ନେତାମାନେ ମଧ୍ୟ ଏହି ଗ୍ରାମକୁ ପ୍ରାଧାନ୍ୟ ଦେଇଥାନ୍ତି ତଥାପି ଏହି ଗ୍ରାମର ଅଧିବାସୀ ସେହିଭଳି ଅନ୍ଧକାର ମଧ୍ୟରେ ରହିଛନ୍ତି। ୧୯୯୦-୯୫ମସିହାରେ ବୈଶିଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକଭାବେ ଅନନ୍ତ ମାଝୀ ନିର୍ବାଚିତ ହୋଇଥିବାବେଳେ ଏହି ରାସ୍ତାକୁ ଗ୍ରାମସଂଯୋଗୀ କରଣରାସ୍ତାରେ ପରିଣତକରି ସରକାରୀ ଅନୁଦାନରେ ରାସ୍ତା ନିର୍ମାଣ କରିବା ନିମନ୍ତେ ଅର୍ଥ ମଞ୍ଜରୀ କରାଇଥିଲେ। ମାତ୍ର ପରବର୍ତ୍ତୀ ଅବସ୍ଥାରେ ଏହି ରାସ୍ତା ବୈଶିଙ୍ଗା ନିର୍ବାଚନମଣ୍ଡଳୀର ତତ୍କାଳୀନ ବିଧାୟକ ପୃର୍ଥୁ କିସ୍କୁଙ୍କ ସମୟରେ ନିର୍ମାଣ ହୋଇଥିଲା। ଏହି ମଧ୍ୟରେ ୨୫ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ କେତେ ନେତା ବିଧାୟକ ଗଲେଣି, ନିର୍ବାଚନ ମଣ୍ଡଳୀ ବଦଳି ଗଲାଣି ତଥାପି ଉକ୍ତ ଗ୍ରାମର ରୁପରେଖ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବଦଳିପାରିଲାନାହିଁ। ଏହି ରାସ୍ତାକୁ ଗାମଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅନ୍ତର୍ଭୁକ୍ତ କରିବା ନିମନ୍ତେ ବରିଷ୍ଠ ଶିକ୍ଷାବିତ ତଥା ସାମ୍ବାଦିକ ସଞ୍ଜୟ ମିଶ୍ର ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories