www.samajalive.in
Saturday, December 13, 2025
18.1 C
Bhubaneswar

ଚାଷୀ ଓ ଶ୍ରମିକ ବିରୋଧୀ ଆଇନକୁ କଂଗ୍ରେସର ବିରୋଧ; ଆରମ୍ଭ କଲା ମିସକଲ୍ କାର୍ଯ୍ୟକ୍ରମ

ବାଲେଶ୍ୱର: କେନ୍ଦ୍ର ସରକାରଙ୍କର ଚାଷ ଓ ଚାଷୀ ବିରୋଧୀ  ଆଇନ ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଡ଼ାକରା ଦେଇଛି କଂଗ୍ରେସ । କେବଳ ସେତିକି ନୁହେଁ, ଏଥିରେ ସାଧାରଣ ଜନତା ଓ ଚାଷୀଙ୍କୁ ଯୋଡ଼ିବା ପାଇଁ ମିସକଲ କାର୍ଯ୍ୟକ୍ରମ ଆରମ୍ଭ କରିଛି ଦଳ ।  ବାଲେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ, ପୂର୍ବତନ ଏମ୍‍.ଏଲ.ଏ. ଯୋଗ ନାରାୟଣ ଦାସ ଓ ଟାଉନ କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କାଙ୍କ ଉପସ୍ଥିତିରେ ଏହି ମିସ୍‍କଲ କାର୍ଯ୍ୟକ୍ରମର ପୋଷ୍ଟର ଉନ୍ମୋଚିତ ହୋଇଛି ।  ଯେଉଁମାନେ ଏହି ଆନ୍ଦୋଳନ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, ସେମାନେ ୭୪୦୬୩୪୩୩୩୦ ନମ୍ବରରେ ମିସ୍‍ କଲ କଲେ ତାଙ୍କ ପାଖକୁ ପିସିସି ପକ୍ଷରୁ ମେସେଜ୍‍ ଯିବା ସହିତ ସେମାନେ ଆନ୍ଦୋଳନରେ ସାମିଲ୍‍ ହୋଇପାରିବେ ବୋଲି ଶ୍ରୀ ଦାସ କହିଛନ୍ତି । ଏହା ସହ ଗାନ୍ଧୀ ଜୟନ୍ତୀଠାରୁ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପର୍ଯ୍ୟନ୍ତ ୧୦ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି ସେ କହିଛନ୍ତି ।

ଶ୍ରୀ ଦାସ କହିଛନ୍ତି ଯେ  କେନ୍ଦ୍ର ସରକାର ସଂସଦର ଚଳିତ ମୌସୁମୀ ଅଧିବେଶନରେ ୩ଟି ଚାଷୀ ବିରୋଧୀ ଆଇନକୁ ସଂସଦୀୟ ଗଣତନ୍ତ୍ରର ପରମ୍ପରାକୁ ପଦଦଳିତ କରି  ପାରିତ କରିଛନ୍ତି। ଏହି ଆଇନ ଦ୍ୱାରା ଚାଷୀର ଭାଗ୍ୟ ପୁଞ୍ଜିପତି ଏବଂ କର୍ପୋରେଟ ହାଉସ ହାତକୁ ଚାଲିଯିବ। ଛୋଟ, ନାମମାତ୍ର, ମଧ୍ୟମବର୍ଗ ଏବଂ ଭାଗଚାଷୀ ମାନେ ଏହାଦ୍ୱାରା ଗଭୀର ସଂକଟ ଭିତରକୁ ଠେଲି ହୋଇଯିବେ। ଚାଷୀର ଫସଲ ଉତ୍ପାଦନଠୁ ଆରମ୍ଭ କରି ତା’ର ବିକ୍ରିବଟା ଦେଶର ବଡ଼ ବଡ଼ ପୁଞ୍ଜିପତି ମାନଙ୍କ ନିୟନ୍ତ୍ରଣକୁ ଚାଲିଯିବ । ଚାଉଳ, ଡାଲି, ତେଲ, ଆଳୁ, ପିଆଜ ଇତ୍ୟାଦିକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭାବରେ ଆଉ ବିଚାର କରାଯିବ ନାହିଁ। ଏହା ଫଳରେ ଉଭୟ ଚାଷୀ ଏବଂ ଖାଉଟି ପ୍ରଭାବିତ ହେବେ ଏବଂ ଏସବୁର ମୂଲ୍ୟ ଆକାଶ ଛୁଆଁ ହେବ। ଏହି କଳା ଆଇନ ବିରୁଦ୍ଧରେ ଦେଶର ୨୫୦ଟି ଚାଷୀ ସଂଗଠନ ଜୋରଦାର ଆନ୍ଦୋଳନ ଆରମ୍ଭ କରିଛନ୍ତି ଏବଂ କଂଗ୍ରେସ ଦଳ ମଧ୍ୟ ଏହା ବିରୁଦ୍ଧରେ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି।
ଅନୁରୂପ ଭାବରେ ଶ୍ରମ ଆଇନର ସଂସ୍କାର ନାମରେ ପୂର୍ବର ଶ୍ରମ ଆଇନ ଗୁଡ଼ିକୁ ଉଚ୍ଛେଦ କରାଯାଇ ଲେବର କୋର୍ଡ ବିଜେପି ସରକାର ପ୍ରଚଳନ କରୁଛନ୍ତି ଯାହା ଶ୍ରମିକ ବିରୋଧି। ଶ୍ରମିକ ମାନଙ୍କର ସର୍ବନିମ୍ନ ଅଧିକାର ସବୁକୁ ଏହା କ୍ଷୂର୍ଣ୍ଣ କରିବ ଏବଂ ପୁଞ୍ଜିପତିମାନଙ୍କୁ ସୁହାଇବ। ତେଣୁ ତା’ ବିରୁଦ୍ଧରେ ମଧ୍ୟ ଆନ୍ଦୋଳନକୁ ତୀବ୍ର କରିବାପାଇଁ କଂଗ୍ରେସ ଡାକରା ଦେଇଛି ବୋଲି ଶ୍ରୀ ଦାସ କହିଛନ୍ତି ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories