www.samajalive.in
Thursday, December 11, 2025
15.1 C
Bhubaneswar

୨୩ ରାଜ୍ୟ ଓ ୮ କେନ୍ଦ୍ର ଶାସିତ ଅଞ୍ଚଳରେ ଚାକିରି ବ୍ୟବସ୍ଥାରେ ପରିବର୍ତନ: ନିଯୁକ୍ତି ପାଇଁ ଲୋଡ଼ା ନାହିଁ ସାକ୍ଷାତକାର

ଦେଶର ୨୩ ରାଜ୍ୟ ଓ ୮ କେନ୍ଦ୍ର ଶାସିତ ଅଞ୍ଚଳରେ ସରକାରୀ ଚାକିରି ନିମନ୍ତେ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ ହୋଇଛି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶନିବାର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟର ଏକ ବିବୃତି ଆଧାରରେ ଶ୍ରୀ ସିଂହ କହିଛନ୍ତି ଯେ ୨୦୧୬ ମସିହା ପରଠାରୁ କେନ୍ଦ୍ର ସରକାରଙ୍କ ଗ୍ରୁପ୍ ବି (ଅଣ ଗେଜେଟେଡ଼)  ଓ ଗ୍ରୁପ୍ ସି ପଦବୀ ନିମନ୍ତେ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ୨୦୧୫ରେ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଭାଷଣ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହି ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ ହେବ ବୋଲି କହିଥିଲେ । ଏହା ଆଧାରରେ ସରକାରୀ ଚାକିରିରେ ସାକ୍ଷାତକାର ବ୍ୟବସ୍ଥା ବନ୍ଦ କରାଯାଇଛି ।

କେତେକ ରାଜ୍ୟ ସ୍ବତଃପ୍ରବୃତ୍ତ ଭାବରେ ଏହାକୁ କାର୍ଯ୍ୟକ୍ଷମ କରିଥିଲେ । ମାତ୍ର ମହାରାଷ୍ଟ୍ର, ଗୁଜରାଟ ପରି କେତେକ ରାଜ୍ୟରେ ଏହି ନିୟମ କାର୍ଯ୍ୟକାରୀ କରିବାକୁ ପ୍ରଥମେ ଅରାଜି ହୋଇଥିଲେ । ଏବେ ଏହି ରାଜ୍ୟରେ ମଧ୍ୟ ଅନୁରୂପ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ବିଭିନ୍ନ ରାଜ୍ୟ ସରକାରଙ୍କୁ ମନାଇବା ଓ ବାରମ୍ବାର ସ୍ମାରକପତ୍ର ଦେବା ପରେ ଏବେ ଜାମ୍ମୁକାଶ୍ମୀର ଓ ଲାଦାଖ ସମେତ ସମସ୍ତ ୮ଟି କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସାକ୍ଷାତକାର ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି । ଏବେ ଦେଶର ୨୮ ରାଜ୍ୟ ମଧ୍ୟରୁ ୨୩ ରାଜ୍ୟ ଓ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ନିମନ୍ତେ ଆଉ ସାକ୍ଷାତକାର ଲୋଡ଼ା ପଡ଼ିବ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories