www.samajalive.in
Sunday, December 7, 2025
23.1 C
Bhubaneswar

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ; ଡାଳିମ୍ବ

ଡାଳିମ୍ବର ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ସୁସ୍ଥ ଓ ନିରୋଗ ରହିବା ପାଇଁ ନିୟମିତ ଡ଼ାଳିମ୍ବର ସେବନ କରିବା ଉଚିତ। ଏଥିରେ ଓମେଗା୫, କ୍ୟାଲସିୟମ, ପୋଟାସିୟମ, ଆଣ୍ଟି-ଅକ୍ସିଡ଼ାଣ୍ଟ, ଭିଟାମିନ ଏ, ସି, ଇ, ଆଇରନ, ଫରଫରସ ଆଦି ଅଧିକ ମାତ୍ରାରେ ରହିଛି। ଜାଣନ୍ତୁ ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ….
ଡାଳିମ୍ବର ସେବନ କରିବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ବୃଦ୍ଧି ପାଇଥାଏ। ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ଡାଳିମ୍ବର ସେବନ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ। ତେଣୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଏହାର ସେବନ କରିବା ଉଚିତ।
ଡାଳିମ୍ବର ସେବନ କରିବା ଦ୍ୱାରା ପାଚନ ସହ ଜଡିତ ବହୁ ସମସ୍ୟା ଦୂର ହୋଇଥାଏ। ପାଚନ ତନ୍ତ୍ର ସୁସ୍ଥ ଓ ମଜଭୂତ ରହିଥାଏ। ପାଚନ ସହ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ସେବନ କରନ୍ତୁ।
ହୃଦୟ ଜନିତ ସମସ୍ୟା ଥିବା ବ୍ୟକ୍ତି ନିଜ ଖାଦ୍ୟରେ ଡାଳିମ୍ବ ନିଶ୍ଚୟ ବ୍ୟବହାର କରନ୍ତୁ। ଏହା ଖୁବ ଲାଭଦାୟକ। ଏହାର ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ ସ୍ତର ନିୟନ୍ତ୍ରିତ ହୋଇ ରହିଥାଏ। ହୃଦୟକୁ ସୁସ୍ଥ ରଖିବା ପାଇଁ ନିୟମିତ ଡାଳିମ୍ବର ସେବନ କରନ୍ତୁ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories