www.samajalive.in
Saturday, December 6, 2025
16.1 C
Bhubaneswar

ଉତ୍କଳମଣି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ପକ୍ଷରୁ ଉତ୍କଳମଣିଙ୍କ ଜୟନ୍ତୀ

ରାଉରକେଲା: ନୟାବଜାରସ୍ଥିତ ଉତ୍କଳମଣି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟରେ ଉତ୍କଳମଣିଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଫେସର ରତ୍ନାକର ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉତ୍କଳମଣିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ମହାବିଦ୍ୟାଳୟ ସଭା ଗୃହରେ ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଥିଲା। ପ୍ରଫେସର ଅନିଲ ମିଶ୍ର, ପ୍ରଫେସର ଜି.ଆର. ମହାନ୍ତି, ଡାକ୍ତର ବି.ସାହୁ, ଡାକ୍ତର ଭାରତ ଦାସ, ଡାକ୍ତର ସାଗରିକା ବେହେରା, ଡାକ୍ତର ସମ୍ମିମୁଲ୍ଲା, ଡାକ୍ତର ମାଳତୀ କିସ୍କୁ ପ୍ରମୁଖ ଗୋପବନ୍ଧୁ ଦାସଙ୍କ ଜୀବନୀ, କର୍ମମୟ ଜୀବନ ଓ ଆଦର୍ଶବାଦ ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଶ୍ରୀ ପଣ୍ଡା ସେବା, ଓଡ଼ିଶାର ଶିକ୍ଷା, ସଂସ୍କୃତି, ରାଜନୀତି ଓ ସାମ୍ବାଦିକତା ପ୍ରତିଟି କ୍ଷେତ୍ରରେ ଉତ୍କଳମଣିଙ୍କ ସ୍ୱତନ୍ତ୍ର ଛାପ ଓ ଜାତିର ବିକାଶରେ ତାଙ୍କର ଅନନ୍ୟ ଅବଦାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଗୋପବନ୍ଧୁଙ୍କ ଆଦର୍ଶକୁ ଅନୁସରଣ କରି ଗରିବ ଓ ଅବହେଳିତ ଜନଗଣଙ୍କର ସେବା କରି ପାରିଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଂଜଳି ବୋଲି ଶ୍ରୀ ପଣ୍ଡା କହିଥିଲେ। କରୋନା ମହାମାରୀ ସମୟରେ ଛାତ୍ରମାନେ ରୋଗୀଙ୍କ ସେବା କରିବା ମଧ୍ୟ ଗୋପବନ୍ଧୁଙ୍କ ଆଦର୍ଶକୁ ଅନୁସରଣ କରିବା ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଡାକ୍ତର ଶୁଭାଶୀଷ ସେଠୀ ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories