www.samajalive.in
Saturday, December 13, 2025
23.1 C
Bhubaneswar

ବାସ୍ତୁ ଉପାୟ : ଭୋଜନ ସମୟରେ ହାତରେ ଥାଳିକୁ ଉପରକୁ ଉଠାଇ କରନ୍ତୁ ନାହିଁ ଭୋଜନ

ପ୍ରତ୍ୟେକ ନିଜ ଦୈନନ୍ଦିନ ଜୀବନରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କିଛି ନା କିଛି କାର୍ଯ୍ୟ କରିଥାଆନ୍ତି। ଯେପରି ସେମାନେ ଭଲରେ ଖାଦ୍ୟ ଖାଇପାରିବେ ଓ ଭଲରେ ରହିପାରିବେ। ଭୋଜନ ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଉପହାର, ପ୍ରସାଦ କୁହାଯାଏ। ଅନ୍ନଙ୍କୁ ମା’ଲକ୍ଷ୍ମୀ ବୋଲି କୁହାଯାଏ। ତେଣୁ ଅନ୍ନର ସଠିକ ସମ୍ମାନ କରିବା ଉଚିତ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଭୋଜନ ଗ୍ରହଣ କରିବା ଓ ଭୋଜନ ସହ ଜଡିତ କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ….
ଭୋଜନ ଗ୍ରହଣ କରିବା ସମୟରେ ପ୍ରତିଦିନ ଭଗବାନଙ୍କୁ ସ୍ମରଣ କରନ୍ତୁ। ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତୁ।
ଯଦି ଆପଣଙ୍କୁ ଭୋଜନ ସ୍ୱାଦିଷ୍ଟ ନ ଲାଗେ ତେବେ ମଧ୍ୟ ତାହାର ତିରସ୍କାର କରନ୍ତୁ ନାହିଁ।
ଭୋଜନ କରିବା ସମୟରେ ଅନ୍ୟ କାହା ସହ କଥାବାର୍ତ୍ତା କରନ୍ତୁ ନାହିଁ କିମ୍ବା ଅନ୍ୟ କାର୍ଯ୍ୟ ମଧ୍ୟ କରନ୍ତୁ ନାହିଁ।
ଏହାସହ ଖାଦ୍ୟ ଖାଇବା ପୂର୍ବରୁ ହାତ ଗୋଡ଼ ଧୁଅନ୍ତୁ। ଓଦା ପାଦରେ ଭୋଜନ କଲେ ଶରୀର ସୁସ୍ଥ ରହିଥାଏ ବୋଲି କୁହାଯାଏ। ଆୟୁ ବୃଦ୍ଧି ହୋଇଥାଏ।
ପୂର୍ବ ଓ ଉତ୍ତର ଦିଗକୁ ମୁଖ କରି ଭୋଜ କଲେ ଭଗବାନଙ୍କ କୃପା ସର୍ବଦା ରହିଥାଏ।
ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରନ୍ତୁ ନାହିଁ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ।
ଭଙ୍ଗା ଓ ଫଟା ବାସରେ କଦାପି ଭୋଜନ କରନ୍ତୁ ନାହିଁ।
ଖଟରେ ବସି ଭୋଜନ କରନ୍ତୁ ନାହିଁ।
ଖାଦ୍ୟ ଖାଇବା ସମୟରେ ହାତରେ ଥାଳିକୁ ଉପରକୁ ଉଠାଇ ଭୋଜନ କରନ୍ତୁ ନାହିଁ।
ଚଟାଣରେ ଆସନ ପକାଇ ସାମ୍ନାରେ ଏକ ସାମାନ୍ୟ ଉଚ୍ଚ ସ୍ଥାନରେ ଖାଦ୍ୟ ଥାଳି ରଖି ଭୋଜନ କରିବା ସବୁଠାରୁ ଉତ୍ତମ। ଏପରି କରିବା ଦ୍ୱାରା ଘରେ କଦାପି ଅନ୍ନର ଅଭାବ ହୋଇନଥାଏ।
ପ୍ରତିଦିନ ଗାଈଙ୍କୁ ରୁଟି ଖାଇବାକୁ ଦିଅନ୍ତୁ।
ସ୍ନାନ ନକରି ରୋଷଇ ଘରେ ପ୍ରବେଶ କରି ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ।
ଭୋଜନ ପ୍ରସ୍ତୁତ କରିବା ସମୟରେ ମନକୁ ଶାନ୍ତ ଓ ପରିବାର ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଭୋଜନ ପ୍ରସ୍ତୁତ କରନ୍ତୁ।

 

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories