www.samajalive.in
Wednesday, December 10, 2025
14.1 C
Bhubaneswar

ଛତିଶଗଡ଼: ଗଣ ବଳାତ୍କାର ପରେ ପୀଡ଼ିତାଙ୍କ ଆତ୍ମହତ୍ୟା, ୮୦ ଦିନ ପରେ ମାଟିତଳୁ ବାହାରିଲା ଶବ

ଛତିଶଗଡର କୋଣ୍ଡାଗାଓନ୍ ଜିଲ୍ଲାରେ ଏକ ଗଣବଳାତ୍କାର ମାମଲା ଆଲୋକକୁ ଆସିଛି । ପ୍ରାୟ ୮୦ ଦିନ ତଳେ ଗଣବଳାତ୍କାରର ଶିକାର ନାବାଳିକା ଆତ୍ମହତ୍ୟା କରିଥିଲା ଓ ଶବକୁ ପରିବାର ଲୋକମାନେ କାହାକୁ ନ ଜଣାଇ ପୋତି ଦେଇଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ପୁଲିସ ୮୦ ଦିନ ପରେ ନାବାଳିକାର ଶବକୁ ମାଟି ତଳୁ ବାହାର କରିଛନ୍ତି । ଏଥିନେଇ ଧନୋରା ଥାନାରେ ବିଧିବଦ୍ଧ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ନାବାଳିକାକୁ ୫ ଜଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ପୁଲିସ କହିଛି । ତେବେ ନାବାଳିକାର ସମ୍ପର୍କୀୟ ଏହାକୁ ମିଛ ବୋଲି କହିଛନ୍ତି । ପୁଲିସକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ସେମାନେ ଶବକୁ ପୋତି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ବସ୍ତର ଇନ୍ସପେକ୍ଟର ସୁନ୍ଦରରାଜ ପି କହିଛନ୍ତି ଯେ କିଛିମାସ ପୂର୍ବେ କୋଣ୍ଡାଗାଓଁରେ ଏକ ବଳାତ୍କାର ଓ ଆତ୍ମହତ୍ୟା ଖବର ମିଳିଥିଲା । ଜୁଲାଇ ୧୯ ତାରିଖ ରାତିରେ ଝିଅଟି ନିଜ ପରିବାର ସଦସ୍ୟଙ୍କ ସହ କାନାଗାଓଁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ଏହି ଅଘଟଣ ଘଟିଥିଲା । ରାତି ପ୍ରାୟ ୧୧ଟାବେଳେ ଗାଁର ଦୁଇ ଯୁବକ ନାବାଳିକାକୁ ଉଠାଇ ନେଇ ବଳାତ୍କାର କରିଥିଲେ । ପୀଡ଼ିତା ଘଟଣା ସମ୍ପର୍କରେ କାହାକୁ ଜଣାଇ ନ ଥିଲେ ଓ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କର ପରିବାର ଲୋକମାନେ କାହାକୁ କିଛି ନ ଜଣାଇ ଶବକୁ ପୋତି ଦେଇଥିଲେ । ଏ ସଂପର୍କରେ ସୂଚନା ମିଳିବା ପରେ ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଶବକୁ ମାଟିତଳୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।  ଘଟଣାର ଗୁରୁତ୍ଵକୁ ଦୃଷ୍ଟିରେ ରଖି କୋଣ୍ଡାଗାଓନର ଅତିରିକ୍ତ ପୁଲିସ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories