www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ ଫେରିବା ବେଳେ ଲିବ୍ୟାରେ ୭ ଭାରତୀୟ ନାଗରିକଙ୍କୁ ଅପହରଣ

ଭାରତ ଫେରିବା ବେଳେ ୭ ଜଣ ଭାରତୀୟ ନାଗରିକଙ୍କୁ ଲିବ୍ୟାରେ ଅପହରଣ କରାଯାଇଛି । ଏମାନେ  ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ ଏବଂ ଉତ୍ତରପ୍ରଦେଶର ବାସିନ୍ଦା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଅନୁରାଗ ଶ୍ରୀବାସ୍ତବ ସାମ୍ବାଦିକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେମାନେ ଲିବ୍ୟାରେ ବିଭିନ୍ନ କନଷ୍ଟ୍ରକସନ ଓ ତୈଳ କମ୍ପାନୀରେ କାମ କରୁଥିଲେ । ବିମାନ ବନ୍ଦରକୁ ଆସିବା ବାଟରେ ସେମାନଙ୍କୁ ଆଶୱାରିଫ ନାମକ ସ୍ଥାନରୁ ଅପହରଣ କରାଯାଇଛି ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଲିବ୍ୟାର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ୨୦୧୫ ସେପ୍ଟେମ୍ବର ମାସରେ ସେହି ଦେଶକୁ ନ ଯିବାକୁ ପରାମର୍ଶ ଦିଆଯାଇଥିଲା । ୨୦୧୬ରେ ଲିବ୍ୟା ଯାତ୍ରା ଉପରେ ସରକାରୀ ଭାବରେ ପ୍ରତିବନ୍ଧକ ଲଗାଯାଇଥିଲା । ଅପହୃତ ଲୋକମାନେ କେବେ ଲିବ୍ୟା ଯାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତଥାପି ସରକାର ଟ୍ୟୁନିସିଆ ଦୂତାବାସ, ଲିବ୍ୟା ସରକାର ଓ ଆନ୍ତର୍ଜାତିକ ସଂସ୍ଥା ସହ ଯୋଗାଯୋଗରେ ରହିଛନ୍ତି । ଭାରତୀୟ ନାଗରିକମାନେ ସୁରକ୍ଷିତ ଥିବା ସୂଚନା ମିଳିଛି ଓ ସେମାନଙ୍କ ପରିବାର ସହ ନିୟମିତ ଯୋଗସୂତ୍ରରେ ସରକାର ରହିଛନ୍ତି । ଖୁବ ଶୀଘ୍ର ସେମାନଙ୍କୁ ମୁକ୍ତ କରାଯିବ ବୋଲି ଆଶା ରହିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories