ବ୍ରଜରାଜନଗର : ଯୋଗଜନ୍ମା ମହାପୁରୁଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୪ ତମ ଜନ୍ମ ଜୟନ୍ତୀ ଆଜି ବ୍ରଜରାଜନଗରଠାରେ ପାଳିତ ହୋଇଯାଇଛି। ଇଏସଆଇ ଛକ ସ୍ଥିତ ଉତ୍କଳମଣୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ଭାବେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ସଂସ୍ଥା ଓ ବ୍ୟକ୍ତି ବିଶେଷମାନଙ୍କ ତରଫରୁ ମାଲ୍ୟାର୍ପଣ କରି ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
“ସମାଜ” ପ୍ରତିନିଧି ସଂଗ୍ରାମ ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରତାପ କେଶରୀ ସିଂହ, ଉପନ ଚରଣ ସାହୁ, ପୂର୍ବତନ ନଗରପାଳ ଜୟନ୍ତ ଦୀକ୍ଷିତ, ଓୟୁଜେ ଜିଲ୍ଲା ସଭାପତି ତ୍ରିଲୋଚନ ଦାଶ, ପୂର୍ବତନ କାଉନସିଲର ସତ୍ୟାନନ୍ଦ ଦାସ, ସଞ୍ଜୟ ବାହୁବଳେନ୍ଦ୍ର କନହେଇୟା ବାଗ, କ୍ଷୀରୋଦ ରାଉତ, ସୁବ୍ରତ ବସ୍ତିଆ, ଲିଙ୍ଗରାଜ ରାଓ ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ସେହି ପରି ଗଙ୍ଗାଧର ମେହେର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳମଣୀଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅନୁଷ୍ଠାନର ସଭାପତି ଶୁଭ ଶଙ୍କର ମାସନ୍ତଙ୍କ ସହିତ ବରିଷ୍ଠ ସଦସ୍ୟ ବିଜୟ କୁମାର କର, ଗିରିଧାରୀ ଦାସ, ଶିବରାମ ପ୍ରଧାନ ଉପସ୍ଥିତ ଥିଲେ।
ଗୋପବନ୍ଧୁଙ୍କ ୧୪୪ତମ ଜନ୍ମ ଜୟନ୍ତୀ ଅବସରରେ ବ୍ରଜରାଜନଗର ନଗର କଂଗ୍ରେସ ତରଫରୁ ଲମଟିବାହାଲରୁ ଇଏସଆଇ ଛକ ପର୍ଯ୍ୟନ୍ତ ପଦ ଯାତ୍ରା ଅନୁଷିତ ହୋଇଥିଲା। କଂଗ୍ରେସ ନେତା ମହେନ୍ଦ୍ର ନାୟକଙ୍କ ସମେତ ବହୁ କଂଗ୍ରେସ ନେତା, କର୍ମୀ ଇଏସଆଇ ଛକ ସ୍ଥିତ ଉତ୍କଳମଣୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ବ୍ରଜରାଜନଗରରେ ଗୋପବନ୍ଧୁ ଜୟନ୍ତୀ ପାଳିତ
Popular Categories



