www.samajalive.in
Friday, December 12, 2025
16.1 C
Bhubaneswar

ଭାରତରେ ଖୋଲିବ ଅକ୍ସଫୋର୍ଡ, ୟେଲ ବିଶ୍ବବିଦ୍ୟାଳୟ କ୍ୟାମ୍ପସ

ନୂଆଦିଲ୍ଲୀ : ଭାରତରେ ଅକ୍ସଫୋର୍ଡ, ଷ୍ଟାଣ୍ଡଫୋର୍ଡ ଓ ୟେଲ ଭଳି ପ୍ରତିଷ୍ଠିତ ବିଦେଶ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ​‌​‌ଖୋଲିବାକୁ ଯାଉଛି। ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଭାରତରେ ଖୋଲିବା ପାଇଁ ସରକାର ନୂଆ ଆଇନ ପ୍ରଣୟନ କରିବେ। ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ଦକ୍ଷିଣ ଏସିଆର ପ୍ରଥମ ଦେଶ ଭାବେ ଭାରତରେ ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ଯାଉଛି। ଦକ୍ଷିଣ ଏସିଆର ପ୍ରାୟ ସାଢେ ୭ଲକ୍ଷ ଛାତ୍ରଛାତ୍ରୀ ପ୍ରତିବର୍ଷ ଉଚ୍ଚ ଶିକ୍ଷା ଲାଗି ଆମେରିକା, ଇଂଲଣ୍ଡର ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ନାମ ଲେଖାଉଛନ୍ତି। ଏହି ପାଠପଢା ଲାଗି ବାର୍ଷିକ ୧୫୦୦ କୋଟି ଡଲାର ଖର୍ଚ୍ଚ ହେଉଛି। ଭାରତରେ ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଖୋଲିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି। ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଭାରତର ଯୁବକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଦେଶୀ ବିଶ୍ବବିଦ୍ୟାଳୟଗୁଡିକ ଭାରତରେ କ୍ୟାମ୍ପସ ଖୋଲିବାକୁ ଆଗ୍ରହ ପ୍ରକାଶ କରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories