www.samajalive.in
Friday, December 12, 2025
15.1 C
Bhubaneswar

ଫିଞ୍ଚ୍‍ଙ୍କୁ କାହିଁକି ମଙ୍କଡ଼ ଆଉଟ୍‍ କଲେନାହିଁ ଅଶ୍ୱିନ?

ଦୁବାଇ: ଗତ ସୋମବାର ଚଳିତ ଆଇପିଏଲ୍‍ରେ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‍ସ ମ୍ୟାଚ୍‍ରେ ଆର୍‍ସିବିର ଓପ୍‍ନର ଆରୋନ୍‍ ଫିଞ୍ଚ୍‍ କ୍ରିଜ୍‍ ଛାଡ଼ି ଆଗକୁ ଚାଲି ଯାଇଥିବା ବେଳେ ବୋଲର ଆର୍‍. ଅଶ୍ୱିନ ବୋଲିଂ ନକରି ଫିଞ୍ଚ୍‍ଙ୍କୁ ଚାହିଁଥିଲେ; ହେଲେ ତାଙ୍କୁ ମଙ୍କଡ଼ ଆଉଟ କରିନଥିଲେ। ପରେ ଅଶ୍ୱିନ ଚେତାବନୀ ଦେଇଥିଲେ ଯେ ଚଳିତ ଆଇପିଏଲ୍‍ରେ ଏହା ତାଙ୍କ ପ୍ରଥମ ଓ ଅନ୍ତିମ ଚେତାବନୀ। ଆଗକୁ ଯଦି କୌଣସି ବ୍ୟାଟ୍‍ସମ୍ୟାନଙ୍କୁ ସେ ମଙ୍କଡ଼ ଆଉଟ କରନ୍ତି; ଏଥିପାଇଁ ତାଙ୍କୁ ଆଉ କେହି ଯେମିତି ଦୋଷ ନ ଦିଅନ୍ତି। ପରେ ଗଣମାଧ୍ୟମରେ ଆଲୋଚନା ହୋଇଥିଲା ଯେ ଚଳିତବର୍ଷ ଆଇପିଏଲ୍‍ ଆରମ୍ଭ ପୂର୍ବରୁ ପଣ୍ଟିଂ କହିଥିଲେ ଯେ ଚଳିତବର୍ଷ ସେ ଅଶ୍ୱିନ୍‍ଙ୍କୁ ଆଉ କାହାକୁ ମଙ୍କଡ଼ ଆଉଟ କରିବାକୁ ଦେବେନାହିଁ। ଏଥିପାଇଁ ଫିଞ୍ଚ୍‍ଙ୍କୁ ଅଶ୍ୱିନ ଆଉଟ୍‍ କରିନଥିଲେ। ହେଲେ ଏହା ସତ ନୁହେଁ ବୋଲି କହିଛନ୍ତି ଅଶ୍ୱିନ। ଗଣମାଧ୍ୟମକୁ ଅଶ୍ୱିନ କହିଥିଲେ ଯେ ପ୍ରକୃତରେ ପ୍ରତିପକ୍ଷ ବ୍ୟାଟ୍‍ସମ୍ୟାନଙ୍କୁ ମଙ୍କଡ଼ ଆଉଟ କରିବା ଲାଗି ତାଙ୍କ ପ୍ରତି ପ୍ରଶିକ୍ଷକ ପଣ୍ଟିଂଙ୍କର ସମର୍ଥନ ଥିଲା। ମ୍ୟାଚ୍‍ ପୂର୍ବରୁ ପଣ୍ଟିଂ ଏହା ମଧ୍ୟ କହିଥିଲେ ଯେ ଆରୋନ୍‍ ଫିଞ୍ଚ୍‍ଙ୍କର ବଲ୍‍ ପଡ଼ିବା ପୂର୍ବରୁ ବହୁତ ଆଗକୁ ଯିବାର ଅଭ୍ୟାସ ଅଛି। ତେଣୁ ଯଦି ସୁଯୋଗ ମିଳେ; ତେବେ ଫିଞ୍ଚ୍‍ଙ୍କୁ ମଙ୍କଡ଼ ଆଉଟ କରିପାରିବ। ଉକ୍ତ ମ୍ୟାଚ୍‍ ବିଷୟରେ ଅଶ୍ୱିନ କହିଥିଲେ, ବଲ୍‍ ପକାଇବା ପୂର୍ବରୁ ଫିଞ୍ଚ୍‍ ବହୁତ ଆଗକୁ ଚାଲି ଯାଇଥିଲେ। ତେଣୁ ବଲ୍‍ ନ ପକାଇ ରହିଗଲି ଏବଂ ଭାବିଲି ଆଉଟ୍‍ କରିବି କି ନାହିଁ। ଆରୋନ୍‍ ଫିଞ୍ଚ୍‍ ମଧ୍ୟ କ୍ରିଜ୍‍କୁ ଫେରିବାର ପ୍ରୟାସ କରିନଥିଲେ। ମୁଁ ଜାଣିନଥିଲି କାହିଁକି ଫିଞ୍ଚ୍‍ ମୋତେ ଏପରି ଚାହୁଁଛନ୍ତି। ସେ ଯାହାହେଉ; ଆରୋନ୍‍ ଫିଞ୍ଚ୍‍ ଅତ୍ୟନ୍ତ ଭଦ୍ର କ୍ରିକେଟର ଏବଂ ମୋର ବହୁତ ଭଲ ବନ୍ଧୁ। ଆମେ ଦୁହେଁ କିଙ୍ଗ୍‍ସ ଏକାଦଶ ପଞ୍ଜାବ ପାଇଁ ଖେଳୁଥିବା ବେଳେ ଆମର ବନ୍ଧୁତା ରହିଛି। ସନ୍ଧ୍ୟାରେ ଆମେ ଏକାଠି ବସି ବହୁତ ସମୟ ବିତାଇଛୁ। ତେଣୁ ଫିଞ୍ଚ୍‍ଙ୍କୁ ଅନ୍ତିମ ଚେତାବନୀ ଦେଇ ତାଙ୍କୁ ଆଉଟ୍‍ କଲିନାହିଁ। ଶେଷରେ ଅଶ୍ୱିନ କହିଛନ୍ତି ଯେ ନନ୍‍ଷ୍ଟ୍ରାଇକର ବ୍ୟାଟ୍‍ସମ୍ୟାନ୍‍ ବଲ୍‍ ପଡ଼ିବା ପୂର୍ବରୁ କ୍ରିଜ୍‍ ଛାଡ଼ି ବହୁତ ଆଗକୁ ଯିବା ଏକ ବଡ଼ ଅପରାଧ। ଏଥିପାଇଁ ଦଣ୍ଡର ବ୍ୟବସ୍ଥା ରହୁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories