www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି ରାଜରାସ୍ତାରେ ପଡିଲା ପିପିଇ କିଟ୍‍

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାମାରୀ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଉଥିବା ପିପିଇ କିଟ୍‍ କେତେବେଳେ ମାନସିକ ବିକୃତ ବ୍ୟକ୍ତି ପିନ୍ଧି ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି ତ ଆଉ କେତେବେଳେ ଏହି ପିଇପି କିଟ୍‍ ନଦିନାଳ ପୋଖରୀ ବା ରାଜସ୍ତାରେ ପଡିରହିଥବା ଦେଖିବାକୁ ମିଳିଛି। ବାରମ୍ବାର ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ଚେତୁନି ସ୍ୱାସ୍ଥ୍ୟ ବିଭାଗ। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ଦେଖିବାକୁ ମିଳିଛି। ତେବେ ଆଜି ପୁଣି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ସାରଙ୍ଗଡ ରାସ୍ତାର ପବିଙ୍ଗିଆ ଛକ ନିକଟ ରାସ୍ତାରେ ଥିବା ଏକ ଆମ୍ବଗଛ ତଳେ ପଡିଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳୁ ପବିଙ୍ଗିଆ ଅଂଚଳରେ କିଛି ଲୋକ ଦେଖିବା ପରେ ଏହାକୁ ନେଇ ସ୍ଥାନୀୟ ଅଂଚଳାରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଛି। ତେବେ କିଏ ଓ କାହିିଁକି ଏହି ପିଇପି କିଟକୁ ଏହି ଯାଗାରେ ଫୋପନା ଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଅନ୍ୟପଟେ ଏହି ପିଇପି କିଟ ପଡିଥିବା ଖବର ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେ ସାଇ ରଜତ ରଶ୍ମି ପାଇଲା ପରେ ସ୍ଥାନୀୟ ଅଗ୍ନିଶମ ବାହିନି ସହ ଯୋଗାଯୋଗ କଲାପରେ ଏହି ରାଜରାସ୍ତା କଡରେ ପଡିଥିବା ପିଇପି କିଟ୍‍କୁ ନଷ୍ଟ କରିଦିଆଯାଇଥିବାର ଜଣାଯାଇଛି। ତେବେ ଜିଲ୍ଲାରେ ବାରମ୍ବାର ଏଭଳି ପିଇପି କିଟ ରାଜରାସ୍ତାରେ ପଡିବା ଘଟଣାକୁ ଅଞ୍ଚଳରୁ ଜନସାଧାରଣ ନିନ୍ଦା କରିବା ସହ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories