www.samajalive.in
Saturday, December 6, 2025
15.1 C
Bhubaneswar

ରାସ୍ତା ପାଇଁ ରାସ୍ତାରୋକ

ଟିଟିଲାଗଡ଼ : ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ଗ୍ରାମବାସୀ ରାସ୍ତା ପାଇଁ ଆଜି ବଲାଙ୍ଗିର ଟିଟିଲାଗଡ ରାସ୍ତାକୁ ଅବରୋଧ କରିଥିଲେ। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗାଁର ଶ୍ମଶାନ ଏବଂ ଚାଷ ଜମିକୁ ଯିବା ରାସ୍ତାକୁ ଅବରୋଧ କରି ଗୃହ କନିର୍ମାଣ ଚାଲିଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଶୁଣୁନାହିଁ। ସ୍ଥାନୀୟ ତହସିଲଦାର, ଉପଜିଲାପାଳ ତଥା ପୁଲିସକୁ ଏନେଇ ଅନେକ ଥର ଅଭିଯୋଗ କରାଯାଇଛି। ସରକାରୀ ଜମି ତଥା ଜଙ୍ଗଲ କମିରେ ଘର ନିର୍ମାଣ ଚାଲିଛି। ହେଲେ ତାହାକୁ ରୋକା ଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏନେଇ ଖବର ପାଇ ତହସିଲଦାର ଆନନ୍ଦ ପଣ୍ଡା ତଥା ପୁଲିସ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ରାସ୍ତାରେ ପ୍ରଧାନମନ୍ତ୍ରୀ ଗୃହ ନିର୍ମାଣ କରୁଥିବା ହିତାଧିକାରୀଙ୍କୁ କାମ ବନ୍ଦ ପାଇଁ ତସହିଲଦାର ନିର୍ଦ୍ଦେଶ ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିବା ଜଣାଯାଇଛି।

ସୂଚନା ଯେ ପୂର୍ବରୁ ଖୋଲାନ, ମାର୍ଲାଡ ଅଞ୍ଚଳବାସୀଙ୍କ ପକ୍ଷରୁ ସେମାନଙ୍କ ସାପ୍ତାହିକ ବଜାର ସ୍ଥାନରେ ଏଭଳି ଅବାଧ ନିର୍ମାଣ ଉଚ୍ଛେଦ ନେଇ ପ୍ରଶାସନକୁ ଜଣାଇଥିବା ବେଳେ ସେଥିପ୍ରତି ଧ୍ୟାନ ଦିଆଯାଉନଥିବା ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏନେଇ ବଲାଙ୍ଗିର ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories