www.samajalive.in
Friday, December 5, 2025
26.1 C
Bhubaneswar

ମହାରଥୀଙ୍କ ବିୟୋଗରେ ଶୋକସଭା, ପିପିଲି କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ପିପିଲି :ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପିପିଲିର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଗୁରୁବାର ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଇନ୍ଦିରା ମଇଦାନ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଶୋକସଭାରେ ସାମ୍ବାଦିକ ପ୍ରଭାତ କୁମାର ମହାପାତ୍ର, ହେମନ୍ତ କୁମାର ସେଠୀ, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ବିଜୟ କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ସୁରେଶ ଚନ୍ଦ୍ର ମହାନ୍ତି, ରାକେଶ ରୋଶନ ମହାନ୍ତି, ମନୋରଞ୍ଜନ ମହାପାତ୍ର, ପ୍ରତାପ ବାରିକ, ସନ୍ତୋଷ କୁମାର ପ୍ରଧାନ, ଅରୁଣ ରାଉତ, ଦୁର୍ଗାଚରଣ ନାୟକ, ଦୁର୍ଗାମାଧବ ପରିଡା, ପ୍ରଫୁଲ୍ଲ ସାହୁ, ବସନ୍ତ ଖଣ୍ଡାୟତରାୟ, ପ୍ରଶାନ୍ତ ଦାସ, ଚନ୍ଦନ କୁମାର ମୁଦୁଲି, ଯୁବ ସଂଗଠକ ଶଙ୍କର୍ଷଣ ପ୍ରଧାନ, ମନୋଜ ପ୍ରଧାନ ପ୍ରମୁଖ ଯୋଗଦେଇ ନିର୍ବାଚନମଣ୍ଡଳୀର ଉନ୍ନତି କ୍ଷେତ୍ରରେ ଶ୍ରୀମହାରଥୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।
ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜର ଯୁବସୁଲଭ ଗୁଣ ପାଇଁ ସେ କେବଳ ପିପିଲି ନିର୍ବାଚନମଣ୍ଡଳୀ ନୁହେଁ ବରଂ ରାଜ୍ୟବାସୀଙ୍କ ପ୍ରୀୟଭାଜନ ହୋଇପାରିଥିଲେ । ଅଞ୍ଚଳର ମହିଳାସମାଜର ଉନ୍ନତି କ୍ଷେତ୍ରରେ ନିଜର ପ୍ରତିଟି ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇରହିବେ ବୋଲି ସାମ୍ବାଦିକମାନେ ପ୍ରକାଶ କରିଥିଲେ। ଓଡିଶାର କାର୍ଯ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ସେ ବିଧାନସଭାରେ ପ୍ରଶ୍ନ ଉଠାଇବା ପରେ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ବୀମା ଯୋଜନା କାର୍ଯ୍ୟକାରୀ ହୋଇଥିବା ସଂପର୍କରେ ସାମ୍ବାଦିକ ବିଜୟ କୁମାର ମହାପାତ୍ର ପ୍ରକାଶ କରିବା ସହ ସାମ୍ବାଦିକଙ୍କୁ ସେ ସବୁବେଳେ ଆପଣାର ଭାବିବା ସହ ସମ୍ମାନ ଦେଇ ଆସୁଥିଲେ ବୋଲି କହିଥିଲେ । ପିପିଲିରେ ସାମ୍ବାଦିକ ଭବନ ନିର୍ମାଣ ପାଇର୍ ସେ ଉଦ୍ୟମ ଆରମ୍ଭ କରିଥିଲେ ଯାହାକି ତାଙ୍କ ପରଲୋକ ପରେ ଅଧୁରା ରହିଲା ବୋଲି ଶ୍ରୀମହାପାତ୍ର ଧନ୍ୟବାଦ ଦେବା ଅବସରରେ ପ୍ରକାଶ କରିଥିଲେ। ଏହି ଅବସରରେ ସେଠାରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଯାଇଥିଲା।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories