www.samajalive.in
Tuesday, December 9, 2025
15.1 C
Bhubaneswar

୫ କରୋନା ଯୋଦ୍ଧାଙ୍କ ସମେତ ୪୩ ସଂକ୍ରମିତ ଚିହ୍ନଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ୨ଜଣ ଡାକ୍ତର ଓ ପୁଲିସ କର୍ମଚାରୀଙ୍କ ସମେତ ୫ଜଣ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଥିବାବେଳେ ଆଜି ଜିଲ୍ଲାରେ ମୋଟ  ୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ପୂର୍ବପେକ୍ଷା ଜିଲାରେ ସଂକ୍ରମିତ ସଂଖ୍ୟା କମୁଥିବାର ଜଣାଯାଇଛି। ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫୬ ପହଞ୍ଚିଥିବା ବେଳେ ୪,୪୧୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଫୁଲବାଣୀ ପୌରାଞ୍ଚଳ ଅନ୍ତର୍ଗତ ଡିଆରଡଏ ଛକ ଅଞ୍ଚଳର ଜଣେ ୭୧ ବର୍ଷର ବ୍ୟକ୍ତିଙ୍କ କରୋନା ସହିତ ଅନ୍ୟ କେତେକ ରୋଗରେ ପିଡ଼ିତ ଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଜିଲାରେ ମୋଟ ମୃତ୍ୟୁ ସଂଖ୍ୟାରେ ସରକାରୀ ଭାବେ ୨୪ରେ ପହଞ୍ଚିଛି। ବଳକା ୪୧୭ ଜଣ ସଂକ୍ରମିତ ଜିଲାର ବିଭିନ୍ନ କୋଭିଡ ହସପିଟାଲ୍‍ ସହିତ ଭରବଙ୍କନଶ୍ୱର କୋଭିଡ ମେଡ଼ିକାଲାରେ ଚିକିତ୍ସିତ ହେଉଛନ୍ତି। ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଞ୍ଚଳରେ ୮ ଜଣ ଚିହ୍ନଟ ହୋଇଥିବା ବେଳେ ବାଲିଗୁଡା ବ୍ଳକ ଅଞ୍ଚଳରୁ ୨, ଘୁ.ଉଦୟଗିରିର ବିଜ୍ଞାପିତ ଅଞ୍ଚଳ ଏବଂ ଗ୍ରାମାଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହଭଳି କ.ନୁଆଗାଁର ୪ ଜଣ, ଚକାପାଦରେ ୪, ଦାରିଙ୍ଗବାଡିର ୩ ଜଣ, ଖଜୁରିପଡାରେ ୫ ଜଣ, ଫିରିଙ୍ଗିଆ ୫, ରାଇକିଆ ୬, ଟିକାବାଲିର ୩, ତୁମୁଡିବନ୍ଧ ଅଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories