www.samajalive.in
Saturday, December 6, 2025
26.1 C
Bhubaneswar

ଚର୍ଚ୍ଚାରେ ବଡ଼ସାହି ଥାନାର ନିଶାଗ୍ରସ୍ତ କନେଷ୍ଟବଳଙ୍କ ଭାଇରାଲ ଭିଡ଼ିଓ

ବଡ଼ସାହି: ମୁରବି ବିହୀନ ବଡ଼ସାହି ଥାନାର ଦୁଇ ନିଶାଗ୍ରସ୍ତ କନେଷ୍ଟବଳଙ୍କ ଭାଇରାଲ ଭିଡ଼ିଓ ବର୍ତ୍ତମାନ ଚର୍ଚ୍ଚାରେ। ୩ଟି କ୍ଲିପ ବିଶିଷ୍ଟ ଭାଇରାଲ ଭିଡ଼ିଓର ଦୃଶ୍ୟରେ ବଡ଼ସାହି ଥାନାରେ ଦୀର୍ଘଦିନ ଧରି କାର୍ଯ୍ୟରତ ଦୁଇ ଯୁବ କନେଷ୍ଟବଳ ସନ୍ଧ୍ୟା ସମୟରେ କୌଣସି ସ୍ଥାନର ଏକ ଦୋକାନରେ ବିଦେଶୀ ମଦ ଡ଼ିସପୋଜେବଲ ପ୍ଲାଷ୍ଟିକ ଗ୍ଲାସରେ ପିଉଛନ୍ତି। ତାଙ୍କ ସହିତ ସ୍ଥାନୀୟ ବନ୍ଧୁ ମଧ୍ୟ ଆସରରେ ରହିଛନ୍ତି। ଘଟଣା ସମ୍ବନ୍ଧରେ ଅନୁସନ୍ଧାନ କରିବାରୁ ଜଣେ କନେଷ୍ଟବଳ ନିଶାଗ୍ରସ୍ତ ହୋଇ କାର ଚଳାଇ ଆସୁଥିବା ବେଳେ ନିଜର ନିୟନ୍ତ୍ରଣ ରକ୍ଷାରେ ଅସମର୍ଥ ହେବାରୁ ସାଥି କନେଷ୍ଟବଳଙ୍କୁ ଡ଼କାଇଥିଲେ। ସେ ମଧ୍ୟ ନିଶାସକ୍ତ ଅବସ୍ଥାରେ ବୁଲେଟରେ ଆସିବା ବେଳେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ବୁଲେଟର ଭଙ୍ଗା ମିରରକୁ ଧରି କୌଣସି ମୋତେ ପହଞ୍ଚିଥିଲେ। ପରେ କାରରେ ଥିବା ବିଦେଶୀ ମଦ ବୋତଲ ଓ ଗ୍ଲାସ ଆଣି ଉଭୟେ ସମ୍ପୃକ୍ତ ଦୋକାନୀକୁ ଚାଖଣା ମାଗି ଆସର ଜମାଇଥିଲେ। ସ୍ଥାନୀୟ ଗ୍ଲାସବନ୍ଧୁଙ୍କ ସହିତ ମଦ ପିଇବା ସହିତ ଅଶ୍ଳୀଳ କଥାବାର୍ତ୍ତା ପୂର୍ବକ ଆସର ସାରିବା ପରେ କାର ଚଲାଇ ପାରୁ ନ ଥିବା କନେଷ୍ଟବଳ ବୁଲେଟ ନେଇ ବଡ଼ସାହି ଅଭିମୁଖେ ଯିବା ପରେ ପଛେପଛେ ବୁଲେଟ ନେଇ ଆସିଥିବା କନେଷ୍ଟବଳ କାର ନେଇ ଯାଇଥିଲେ।

ପ୍ରକାଶ ଥାଉ କି, ବଡ଼ସାହି ଥାନାର ଆଇଆଇସି ପଦବୀ ୨ମାସ ଥରି ଖାଲି ପରେ ଆଇନଶୃଙ୍ଖଳା ବିପର୍ଯସ୍ତ ନେଇ ‘ସମାଜ’ରେ କ୍ରମାଗତ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସମ୍ପର୍କିତ ତଥ୍ୟମୂଳକ ଖବର ପ୍ରକାଶ ପରେ ଶୁଳିଆପଦା ଥାନାଧିକାରୀଙ୍କୁ ବଡ଼ସାହିରେ ଯୋଗଦେବାକୁ ନିର୍ଦେଶ ଆସିଛି। ତେବେ ସେ ଯୋଗ ଦେଇ ନଥିବାରୁ ମୁରବି ବିହୀନ ଥାନାରେ ଏହି ଦୁଇ ବିବାଦୀୟ କନେଷ୍ଟବଳଙ୍କ ଦୌରାତ୍ମ ବୃଦ୍ଧି ପାଇଛି। ଥାନା ଅଞ୍ଚଳରେ ଚାଲିଥିବା ଚୋରା ମଦ କାରବାର, କୁକୁଡ଼ା ଲଢ଼େଇ, ଜୁଆଖେଳ ଓ ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟରେ ଉଭୟେ ଜଡ଼ିତ। କରୋନା ପାଇଁ ବଡ଼ସାହି ବଜାର ୫ଦିନ ବନ୍ଦ ସାଙ୍ଗକୁ ସପ୍ତାହ ଧରି ସକାଳ ଓଳି ୮ଘଣ୍ଟା ଖୋଲା ରହୁଛି। ଫଳରେ ସନ୍ଧ୍ୟା ସମୟରେ ଉଭୟେ ଥାନା ଇଲାକାର ବିଭିନ୍ନ ଛକକୁ ନିଜର ବାଇକ ବା କାରରେ ସାଧା ପୋଷାକରେ ଯାଇ ପୁଲିସର ଛବିକୁ ସାଧାରଣରେ ନିନ୍ଦିତ କରୁଛନ୍ତି। ମିଳିଥିବା ଭାଇରାଲ ଭିଡ଼ିଓ କ୍ଲିପ ସର୍ମ୍ପକରେ ବେତନଟୀ ଏସଡ଼ିପିଓ ଲଳିତ କୁମାର ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories