www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ସହ ସଂଗ୍ରାମରେ ହାରିଗଲେ ବରିଷ୍ଠ ଶିକ୍ଷକ ନାରାୟଣ 

ଫୁଲବାଣୀ : ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ କରୋନା ଯୋଗୁଁ  ଜଣେ ବରିଷ୍ଠ ଶିକ୍ଷକ ନାରାୟଣ ନାୟକ (୫୭)ଙ୍କର ଦେହାନ୍ତ ହୋଇଯାଇଛି। ନିଜ ଘର ଢେଙ୍କାନାଳ ଜିଲାର ବାରଦା ଗ୍ରାମରେ ହୋଇଥିଲେ ମଧ୍ୟ ଗତ ୧୯୯୨ ମସିହାରୁ ସେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଳକରେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଦାରିଙ୍ଗବାଡ଼ି ବ୍ଳକର ପାଡ଼ାକିଆ, ବୁଡ଼ାଗୁଡ଼ା, ଡ଼େଡ଼ିମାହା, ପାଟାମାହା ଆଦି ବିଭିନ୍ନ ବିଦ୍ୟାଳୟରେ ସେ ଶିକ୍ଷକ ଭାବେ କାର୍ଯ୍ୟ କରି ଅଞ୍ଚଳବାସୀଙ୍କର ଅତି ଲୋକପ୍ରିୟ ହୋଇ ପାରିଥିଲେ। ଚାକରି ଜୀବନ ମଧ୍ୟରେ ସେ କେବଳ ଦୁର୍ଗମ ଅଞ୍ଚଳ ମାନଙ୍କରେ ସେ ତାଙ୍କର ଶିକ୍ଷାଦାନ କରିଥିବା ବେଳେ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଭାବେ ମୁଖ୍ୟ ସ୍ରୋତରେ ସାମିଲ୍‍ କରିପାରିବେ ସେଥିପାଇଁ ସେ ବିିଭିନ୍ନ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟକରି ଅଞ୍ଚଳବାସୀଙ୍କ ନିକଟରେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ପ୍ରିୟ ଭାଜନ ହୋଇ ପାରିଥିଲେ।

ଦୀର୍ଘବର୍ଷ ଧରି ସେ ବୁଡ଼ାଗୁଡ଼ାରେ ଘରଭଡ଼ାନେଇ ରହୁଥିଲେ। କିଛିଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇ ନିଜ ତରଫରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ବେଳେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ବିୟୋଗରେ ସମଗ୍ର ଦାରିଙ୍ଗବାଡ଼ିରେ ଶୋକରଛାୟା ଖେଳିଯାଇଛି। ରବିବାର ସ୍ୱର୍ଗତ ନାରାୟଣ ନାୟକଙ୍କ ପାଇଁ ବୁଡ଼ାଗୁଡ଼ା ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ଶିକ୍ଷକ, ଶିକ୍ଷୟତ୍ରୀ, ସରପଞ୍ଚ, ବ୍ୟବସାୟୀ ସଂଘ, ସମିତି ସଭ୍ୟ ଓ ଅନ୍ୟମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶିକ୍ଷକ ଶ୍ୟାମ ସୁନ୍ଦର ସାହୁ, ବଳରାମ ସାହୁ, ବିରେନ୍ଦ୍ର ପାତ୍ର, ଗ୍ରାମର ମୁଖ୍ୟ ବାବୁଲି ପାତ୍ର, ବ୍ୟବସାୟୀ ପ୍ରଦୀପ୍ତ କୁମାର ସାହୁ, ତାତୁରା ପ୍ରଧାନ, ସଞ୍ଜୟ ପାତ୍ରଙ୍କ ସମେତ ବହୁ ବୁଦ୍ଧଜୀବି ସ୍ୱୃତି ଚାରଣ କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories