www.samajalive.in
Sunday, December 7, 2025
23.1 C
Bhubaneswar

ପାରିବାରିକ କହଳର କରୁଣ ପରିଣତି; ସ୍ୱାମୀର ଛୁରାମାଡରେ ସ୍ତ୍ରୀର ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବାରଖମା ପଞ୍ଚାୟତ ଅନ୍ତର୍ଗତ ଗଟାଙ୍ଗି ଗ୍ରାମରେ ଘଟିଛି ଏକ ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ। ତେବେ ପାରିବାରିକ କଳହରୁ କରୁଣ ପରିଣତି ବୋଲି ପୁଲିସ୍‍ ତାହାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ସ୍ତ୍ରୀ ଗାଧୋଇବା ପାଇଁ ଗଟାଙ୍ଗି ଗ୍ରାମର ଏକ ନାଳକୁ ଯାଇଥିବା ସମୟରେ ସ୍ୱାମୀ ପଛରେ ଯାଇ କୌଣସି କାରଣକୁ ନେଇ ସ୍ତ୍ରୀକୁ ପ୍ରଥମେ ଛୁରାମାଡ଼ କରିଥିଲା। ତେବେ ସ୍ତ୍ରୀ ବଞ୍ଚିଯିବା ସନ୍ଦେହ କରି ନିଜେ ସ୍ୱାମୀ ମୁହଁରେ ପଥର ଛେଚି ଜଘନ୍ୟ ଭାବେ ହତ୍ୟା କରିଛି। ଏଭଳି ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣାରୁ ପ୍ରକାଶ ଯେ, ବାରଖମା ଗ୍ରାମର ରତିକାନ୍ତ ଦିଗାଳ ନାମକ ଜଣେ ଯୁବକ ଗଟାଙ୍ଗି ଅଞ୍ଚଳରେ ରହୁଥିବା ଯାଜ୍ଞସେନୀ ଦିଗାଳଙ୍କୁ ଗତ ୨୦୦୭ ମସିହାରେ ବିବାହ କରିଥିଲେ ଓ ବର୍ତମାନ ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି। ଗତ କିଛି ବର୍ଷ ଧରି ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା। କିଛି ଦିନ ଧରି ସ୍ତ୍ରୀ ଯାଜ୍ଞସେନୀ ନିଜ ବାପା ଘର ଗଟାଙ୍ଗିରେ ରହିଆସୁଥିଲେ। ଗତ ଦୁଇ ଦିନ ତଳେ ରତିକାନ୍ତ କ୍ରୋଧ ପରାୟଣହୋଇ ଗଟାଙ୍ଗି ଗ୍ରାମରେ ପହଞ୍ଚିଥିଲେ। ସେହି ସମୟରେ ଯାଜ୍ଞସେନୀ ଗଟାଙ୍ଗିର ଦଣମୁଣ୍ଡା ନାଳକୁ ଗାଧୋଇ ବାକୁ ଯାଇଥିଲେ। ସେହି ସ୍ଥାନକୁ ରତିକାନ୍ତ ଯାଇ ଯାଜ୍ଞସେନୀକୁ ଡାକି ଆଣି ପ୍ରଥମେ ଛୁରା ସାହାଯ୍ୟରେ ମାରିଥିଲେ ଓ ତାପରେ ମୁଣ୍ଡରେ ପଥରରେ ଛେଚି ହତ୍ୟା କରିବାକୁ ଚେଷ୍ଟା କରିଥିଲ। ତେବେ ସ୍ୱାମୀ-ସ୍ତ୍ରୀଙ୍କ ପାଟିଶୁଣି ନାଳର ଆଖ ପାଖରେ ଥିବା ଅନ୍ୟମାନେ ରୁଣ୍ଡ ହୋଇଯିବାରୁ ସ୍ୱାମୀ ସେଠାରୁ ଖସି ପଳାଇଥିବା ବେଳେ କେତେକ ଗୁରୁତର ଅବସ୍ଥାରେ ଯାଜ୍ଞସେନୀକୁ ସେହି ନାଳ ନିକଟରୁ ପ୍ରଥମେ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ବାରଖମାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ସମୟରେ ଅଧା ବାଟରେ ମୃତ୍ୟୁ ହୋଇଥିଲା ବୋଲିି ପୁଲିସ ସୂଚନା ଦେଇଛି। ଏହି ଘଟଣାକୁ ନେଇ ମୃତକ ଯାଜ୍ଞସେନୀଙ୍କ ମାଆ ଲିଖିତ ଭାବେ ବାଲିଗୁଡ଼ା ଥାନାରେ ଏକ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୁଲିସ୍‍ କେସ ନଂ ୧୮୨ା୨୦ହରେ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହିତ ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ ଓ ପଥରକୁ ପୁଲିସ ଜବତ କରିଛି। ଫେରାର୍‍ ହେବାକୁ ଉଦ୍ୟମ କରୁଥିବା ହତ୍ୟାକାରୀ ସ୍ୱାମୀ ରତିକାନ୍ତ ଦିଗାଳକୁ ଗିରଫ କରି ପୁଲିସ୍‍ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଥିବା ବେଳେ ମାମଲାର ତଦନ୍ତ ଦୀପକ କୁମାର ରାଉତ ଚଳାଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories