www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟାଳୟରେ ଅନ୍‌ଲାଇନ ମାଧ୍ୟମରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ଅନ୍‌ଲାଇନ ପ୍ରକ୍ରିୟାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ଦକ୍ଷିଣ ପଶ୍ଚିମ ସମ୍ଭାଗର ସମ୍ପାଦକ ଶ୍ରୀଯୁକ୍ତ ଦୁର୍ଲ୍ଲଭ ଚରଣ ବେହେରା ଓ ନୂଆପଡା ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ ପାଣିଗ୍ରାହୀ ମହୋଦୟ ଯୋଗଦେଇ ଉଭୟ ମହାପୁରୁଷଙ୍କ ଜୀବନୀ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ପରିଚାଳନା ସମିତିର  ସଭାପତି ରାମଚନ୍ଦ୍ର ସାହୁ, ଉପସଭାପତି ଶ୍ରୀମତୀ ସୁଷମା ମହାନନ୍ଦ, ସମ୍ପାଦକ ବ୍ରଜଶ୍ୟାମ ଗୁରୁ, ଯୁଗ୍ମ ସମ୍ପାଦକ ଶୁଭେନ୍ଦୁ କୁମାର ମହାନ୍ତି, କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ବେହେରା, ସଦସ୍ୟ ସୁଧିର କୁମାର ବେହେରା ଓ ସଦସ୍ୟା ଶ୍ରୀମତୀ ଅଞ୍ଜଳି ମାଝୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ଉଭୟ ମହାପୁରୁଷଙ୍କର ଜୀବନୀ ବିଷୟରେ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଆଚର୍ଯ୍ୟା ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ନିଜ ଘରେ ଥାଇ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ତଥା ଅଚାର୍ଯ୍ୟ ଆଚାର୍ଯ୍ୟା ପୂର୍ଣ୍ଣ ସମୟ ଉପସ୍ଥିତ ଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories