www.samajalive.in
Monday, December 8, 2025
14.1 C
Bhubaneswar

ବ୍ରାହ୍ମଣୀଗାଁ ପଞ୍ଚାୟତରେ ମହିଳା ଗାଁ ସାଥୀ ଚୟନ

ଫୁଲବାଣୀ: ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ମହିଳା ଗାଁ ସାଥୀ ମାନଙ୍କୁ ପଲ୍ଲୀସଭା ମାଧ୍ୟମରେ ଚୟନ କରାଯିବାର ନିର୍ଦ୍ଦେଶ ପ୍ରକାରେ ଆଜି ବ୍ରାହ୍ମଣୀଗାଁରେ ଏହି ଚୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପଞ୍ଚାୟତର ରାଜସ୍ୱ ଗ୍ରାମ ବ୍ରାହ୍ମଣୀଗାଁର ୬ ଗୋଟି ୱାର୍ଡରୁ ଦୁଇଜଣ ମହିଳା ଗାଁ ସାଥୀଙ୍କୁ ଚୟନ କରାଯାଇଛି। ସେମାନେ ହେଲେ ୬ନଂ ୱାର୍ଡର କ୍ଲାରା ନାୟକ ଏବଂ ୮ନଂ ୱାର୍ଡର ସଂଯୁକ୍ତା ପ୍ରଧାନ। ପ୍ରତ୍ୟେକ ୱାର୍ଡରୁ ୬ଜଣ ଆବେଦନକାରୀଙ୍କୁ ନୋଟିସ୍‍ କରାଯାଇ ସ୍ଥାନୀୟ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ ଚୟନ କରାଯାଇଛି। ଆବେଦନକାରୀଙ୍କ ମଧ୍ୟରୁ ୩ ଜଣ ଅନୁପସ୍ଥିତ ଥିବା ବେଳେ ଅନ୍ୟଜଣେ ଦୀପାଳୀ ନାୟକ ସ୍ୱେଛାକୃତଭାବେ ଚୟନ ପ୍ରକ୍ରୀୟାରୁ ଓହରିଥିଲେ। ସ୍ଥାନୀୟ ସରପଞ୍ଚ ରମେଶ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ଚୟନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଉପାଧ୍ୟକ୍ଷ ରମାକାନ୍ତ ବଲ୍ୟାର ସିଂ, କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ୍‍ ନାୟକ, ଜିଆରଏସ୍‍ ତ୍ରୀଲୋଚନ ପରିଛା ଓ ସ୍ୱେଛାସେବୀ ପ୍ରଶାନ୍ତ ନାୟକ, ଚିତ୍ରସେନ ପାତ୍ର, ମହିଳା ନେତ୍ରୀ ଆରତୀ ନାୟକଙ୍କ ସମେତ ୬ଗୋଟି ୱାର୍ଡରୁ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ। ଶେଷରେ ଶ୍ରୀ ନାୟକ ସମସ୍ଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବ୍ରାହ୍ମଣୀଗାଁ ବ୍ୟତୀତ ପଞ୍ଚାୟର ଅନ୍ୟ ରାଜସ୍ୱ ଗ୍ରାମ ଅଲାଂଜୁରୀ, କିନାରୀଗାଁ, ପୋଇଗୁଡା ଆଦି ଗ୍ରାମରେ ମଧ୍ୟ ମହିଳା ଗାଁ ସାଥୀ ଚୟନ କରାଯାଇଥିବା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ସୂଚନା ପ୍ରଦାନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories