www.samajalive.in
Tuesday, December 9, 2025
23.1 C
Bhubaneswar

୨ ପୁଲିସ କର୍ମଚାରୀଙ୍କ ସମେତ ୫ କରୋନା ଯୋଦ୍ଧା ସଂକ୍ରମିତ, ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା ୪୫୪୮ରେ ପହଞ୍ଚିଲା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ଫୁଲବାଣୀ ଟାଉନ ଥାନାର ଦୁଇଜଣ ପୁଲିସ କର୍ମଚାରୀଙ୍କୁ ମିଶାଇ ମୋଟ ୫ ଜଣ କରୋନା ଯୋଦ୍ଧାଙ୍କ ସମେତ ମୋଟ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଏଥିସହ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୫୪୮ରେ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୩,୮୭୮ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ୨୩ରେ ପହଞ୍ଚିଛି। ୬୪୭ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ଆଜିର ସଂକ୍ରମିତଙ୍କ ମଧ୍ୟରୁ ଜିଲ୍ଲାର ଫୁଲବାଣୀ ପୌରାଞ୍ଚଳରେ ୧୫ ଜଣ ଏବଂ ଗ୍ରାମାଞ୍ଚଳରେ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରରି ବାଲିଗୁଡାର ବିଜ୍ଞାପିତ ଅଞ୍ଚଳରେ ୩ ଜଣ ଓ ଗ୍ରାମାଞ୍ଚଳରେ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ଘୁ.ଉଦୟଗିରିରେ ୨, ଚକାପାଦରେ ୫, ଦାରିଙ୍ଗବାଡିରେ ୪, କ.ନୁଆଗାଁରେ ୩, ଖଜୁରିପଡାରେ ୫, କୋଟଗଡରେ ୩, ଫିରିଙ୍ଗିଆ ୨, ରାଇକିଆ ୫, ଟିକାବାଲିରେ ୧, ତୁମୁଡିବନ୍ଧ ଅଞ୍ଚଳରୁ ୪ ଜଣ ଥିବାବେଳେ ଅନ୍ୟାନ୍ୟ ଅଞ୍ଚଳରୁ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି। ତେବେ କରୋନା ସଂକ୍ରମଣ ଧିରେଧିରେ ବଢିବାରେ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି।

- Advertisement -

ଅନ୍ୟପକ୍ଷରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା କନ୍ଧମାଳ ଅତିରିକ୍ତ ଏସ୍‍ପି ତଥା କରୋନା ଯୋଦ୍ଧା ବିପିନ ବିହାରୀ ବେହେରା ସୁସ୍ଥ ହୋଇ ଆଜି କାର୍ଯ୍ୟରେ ଯୋଗଦେଇଥିବା ବେଳେ ଶ୍ରୀ ବେହେରାଙ୍କୁ କନ୍ଧମାଳ ଏସ୍‍ପି ଭିନିତ୍‍ ଅଗ୍ରୱାଲା କାର୍ଯ୍ୟାଳୟରେ ଫୁଲତୋଡ଼ା ଓ ଉପଠୋକନ ଦେଇ ସ୍ୱାଗତ କରିଥିଲେ। ସେହିଭଳି ଖଜୁରିପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଯୋଗୁଁ ଖଜୁରିପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩ ଦିନ ପାଇଁ ସଟ୍‍ଡ଼ାଉନ୍‍ କରାଯାଇଥିବା ବେଳେ କେବଳ ଏହି ଦିନରେ ଜରୁରି ସେବା ଯୋଗାଇ ଦିଆଯିବା ନେଇ ଘୋଷଣା କରାଯାଇଛି।

 

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories