www.samajalive.in
Saturday, December 13, 2025
27.1 C
Bhubaneswar

ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସହ ଭିଡିଓ କଲ୍‌ରେ କଥା ହେଲେ ଯୋଗୀ ; ୨୫ଲକ୍ଷ ଟଙ୍କାର ସହାୟତା, ଜଣେ ସଦସ୍ୟଙ୍କୁ ଚାକିରି ପାଇଁ ଘୋଷଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ୍ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ସହ ଭିଡିଓ କଲ୍‌ ମାଧ୍ୟମରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଭିଡିଓ କଲ ମାଧ୍ୟମରେ ପୀଡିତାଙ୍କ ପରିବାର ସହ କଥା ହେବା ସହ ଅଭିଯୁକ୍ତଙ୍କ ବିରୋଧରେ ଖୁବ୍ ଶିଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହେବା ସମୟରେ ପୀଡିତାଙ୍କ ବାପା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ଯୋଗୀ ଆଦିତ୍ୟନାଥ ମଧ୍ୟ ପୀଡ଼ିତାଙ୍କ ବାପାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏଥିସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡିତାଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପରିବାରର ଜଣେ ସଦସ୍ୟଙ୍କୁ ଜୁନିୟର ଆସିସଷ୍ଟାଣ୍ଟ ଚାକିରି ମଧ୍ୟ ମିଳିବ। ଏହାବାଦ ପରିବାର ବର୍ଗଙ୍କ ରହିବା ପାଇଁ ହାଥରସରେ ରାଜ୍ୟ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି ତରଫରୁ ଘର ମଧ୍ୟ ଯୋଗାଇ ଦିଆଯିବ।

- Advertisement -

ଅନ୍ୟପକ୍ଷେ ଘଟଣାକୁ ଗମ୍ଭୀରତାର ସହ ନେଇ ଉତ୍ତରପ୍ରଦେଶର ମୁଖ୍ୟଶାସନ ସଚିବ ଓ ଡିଜିପିଙ୍କୁ ନୋଟିସ ଜାରି କରିଛନ୍ତି ରାଷ୍ଟ୍ରୀୟ ମାନବାଧିକାର କମିଶନ । ଘଟଣାରେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ କମିଶନ ପକ୍ଷରୁ କୁହାଯାଇଛି ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories