www.samajalive.in
Saturday, December 13, 2025
27.1 C
Bhubaneswar

ଆଜି ଠାରୁ ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା : ଆଜି ଠାରୁ କେନ୍ଦ୍ରାପଡ଼ା ସ୍ଥିତ ଜାତୀୟ ଉଦ୍ୟାନ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଉଛି। ମାତ୍ର ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ମିଳିବ ନାହିଁ। କୋଭିଡ଼ କଟକଣା ଓ ଗାଇଡ଼ଲାଇନ ସଠିକ ଓ କଡାକଡି ଭାବେ ପାଳନ କରାଯିବ। ବର୍ତ୍ତମାନ କେବଳ କଟେଜରେ ରାତ୍ରୀଯାପନ କରୁଥିବା ପର୍ଯ୍ୟଟକଙ୍କୁ ଭିତରକନିକା ବୁଲିବାକୁ ଅନୁମତି ମିଳିବ। ଏନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାସହ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ କରିବେ ବୋଲି ବ୍ୟବସ୍ଥା କରାଯାଇଥିବା ବେଳେ ଓଡିଶା ଇକୋ ଟ୍ୟୁରିଜିମରେ ଅନଲାଇନରେ ଟିକେଟ ବୁକ ପାଇଁ ବ୍ୟବସ୍ଥା ହୋଇଛି। କଟେଜ ଓ ବୋଟ ଗୁଡ଼ିକୁ ସାନିଟାଇଜ କରାଯିବା ସହ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ରହିଛି। କେବଳ ରାତ୍ରୀ ଯାପନ ପାଇଁ ବୁକ କରିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକୁ ଛଡ଼ାଯିବ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories