www.samajalive.in
Saturday, December 6, 2025
26.1 C
Bhubaneswar

ଆଠଗଡ ସହର ବିଶୋଧନ କଲେ ଅଭୟ

ଆଠଗଡ: ଆଠଗଡ ସହରରେ ବିଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଭୟ ଓ ଆତଙ୍କର ବାତବରଣ ସୃଷ୍ଟି ହୋଇଛି। ଇତି ମଧ୍ୟରେ ସହରର ୩/୪ଜଣ ପ୍ରତିଷ୍ଠିତ ବ୍ୟକ୍ତି ଓ ସାମାଜିକ କର୍ମୀ କରୋନା ସଂକ୍ରମଣରେ ପ୍ରାଣ ହରାଇ ସାରିଲେଣି। ଏପରିକି ଲକ୍ଷଣ ଥାଇ ମଧ୍ୟ ପରୀକ୍ଷା ନକରି ମଧ୍ୟ ବହୁ ଲୋକ ମୃତ୍ୟୁବରଣ କରୁଥିବାରୁ ସହରବାସୀଙ୍କ ଚିନ୍ତା ବଢିଯାଇଛି। ସଂକ୍ରମିତ ଚିହ୍ନଟ ହେବା ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ବାସଗୃହ ବା କାର୍ଯ୍ୟାଳୟ ଏନଏସି କର୍ତ୍ତୃପକ୍ଷ ବା ଅଗ୍ନିଶମ ବାହିନୀ ପକ୍ଷରୁ ଦୀର୍ଘଦିନ ପର୍ଯ୍ୟନ୍ତ ବିଶୋଧନ କରାଯାଉନାହିଁ। ଫଳରେ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସଂକ୍ରମିତ ଚିହ୍ନଟ ହେବା ପରେ ବାରମ୍ବାର ଅନୁରୋଧ ପରେ ମଧ୍ୟ ଏନଏସି ପକ୍ଷରୁ ବିଶୋଧନ କରାଯାଉନଥିବା ଅଭିଯୋଗ ହେଉଛି।

ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣ ଏପ୍ରିଲ ମାସରେ ଆରମ୍ଭ ବେଳେ ବିଜେଡି ଯୁବ ସଂଗଠକ ଅଭୟ କୁମାର ବାରିକ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିଜ ସହଯୋଗୀଙ୍କ ସହ ମିଶି ବିଶୋଧନ ପ୍ରକ୍ରିୟା ଜାରି ରଖିଥିଲେ। ଏବେ ଠିକ୍‍ ସେହିଭଳି ଶ୍ରୀ ବାରିକ ପୁଣି ଆଠଗଡ ସହରରେ ବିଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବୁଧବାର ଶ୍ରୀ ବାରିକ ନିଜ ସହଯୋଗୀଙ୍କ ସହ ମିଶି ସିଞ୍ଚନ ଯନ୍ତ୍ର ସାହାର୍ଯ୍ୟରେ ଆଠଗଡ ସହରର ପଦ୍ମସାହି, ଗଦାସାହି, ଉପରସାହି, ରଥଗଡା, ଦୁର୍ଗାବଜାର, ରଘୁନାଥ ବଜାର, ଲକ୍ଷ୍ମୀ ବଜାର, ପୁରୁଣା ବସଷ୍ଟାଣ୍ଡ ଓ ଚାନ୍ଦବାଲି ଛକ ବଜାରରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ହାଇଡୋକ୍ଲୋରାଇଡ ମିଶ୍ରଣ ସିଞ୍ଚନ କରି ବିଶୋଧନ କରିଥିଲେ। ଏଥି ସହିତ ଆଠଗଡ ସହରରେ କରୋନା ସଂକ୍ରମଣକୁ ରୋକ ଲଗାଇବାକୁ ୨ ଦିନିଆ ସଟଡାଉନ ଓ ୧୫ ଦିନିଆ ଆଂଶିକ ଲକଡାଉନ କରିବା ଲାଗି ପଦକ୍ଷେପ ନେଇଥିବା ମୁନଷ୍ଟାର କ୍ଲବର କର୍ମକର୍ତ୍ତା ଏବଂ ସମସ୍ତ ବଜାର କମିଟିର କର୍ମକର୍ତ୍ତାଙ୍କୁ ଶ୍ରୀ ବାରିକ ସାଧୁବାଦ ଜଣାଇଥିଲେ। ଏହି ବିଶୋଧନ କାର୍ଯ୍ୟରେ ଶ୍ରୀ ବାରିକଙ୍କୁ ସରୋଜ କୁମାର ଦାସ, ଟୁକୁ ସାମଲ, ସଞ୍ଜୟ ସାହୁ, ପ୍ରଶାନ୍ତ ସାହୁ, ତାପସ ରାଉତ, ମିଟୁ ସ୍ୱାଇଁ ଓ ନିଲୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories